• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nnnnnnnnnnnnnnnnnnnnnn
ନବୀନ କହିଲେ ବିଜୟର ସିକ୍ରେଟ, ବିରୋଧୀଙ୍କୁ ମାତ୍‌ ଦେବାର କୌଶଳ

ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା।  କମ୍‌ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି।  ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍‌ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିପାରିନି ସେ ହାୱା। ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଟେକି ଦେଇଛନ୍ତି ଶାସନ ଭାର । ୫ମ […]

  • Saturday, 10 July 2021
6
ଓଭରବ୍ରିଜ ନୁହେଁ ମରଣଫାଶ, ସପ୍ତାହରେ ଗଲାଣି ୫ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍‌ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବ‍ଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।  ଗତ ସପ୍ତାହକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫ଜଣଙ୍କ ଜୀବନ ଗଲାଣି। ଏବେ ପୋଲିସ କମିଶନରଙ୍କ […]

  • Saturday, 10 July 2021
Capture
କିଏ ହେବ ବିଜେପି ଅଧ୍ୟକ୍ଷ ? ଧର୍ମେନ୍ଦ୍ର ପ୍ରଧାନ ନା ଜେ.ପି ନଡ୍ଡା !

ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ତେଣୁ ଏବେ କିଏ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ସେ ନେଇ ଆକଳନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କର […]

  • Saturday, 10 July 2021
neta-ji_1460043334 (1)
ସବୁଠୁ ଧନୀ ବିଧାୟକଙ୍କୁ ଚିହ୍ନନ୍ତୁ

ଭୁବନେଶ୍ୱର: ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାଛଡା ବିଧାନସଭାରେ ସେ ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏଥର ବିଧାନସଭାର ସବୁଠାରୁ ଧନୀ ବିଧାୟକ ମାନ୍ୟତା ମଧ୍ୟ ମିଳିଛି ନବୀନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ ଜାଣନ୍ତି ? ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକ ଏକକାଳୀନ ଦୁଇଟି ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଛିଡା ହୋଇଥିଲେ। ଦୁଇଟି ଯାକ […]

  • Saturday, 10 July 2021
jo
ବଢୁଛି କୋଟିପତି ବିଧାୟକଙ୍କ ସଂଖ୍ୟା, କଂଗ୍ରେସରେ ସର୍ବାଧିକ

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ରାଜ୍ୟବାସୀ କେଉଁ ଦଳକୁ କେତେ ସମର୍ଥନ କଲେ ତାହା ସ୍ପଷ୍ଟ ହୋଇଯାଇଛି। ଏବେ ନଜର କିଏ ମନ୍ତ୍ରୀ ହେବ, କାହାକୁ କେଉଁ ବିଭାଗ ମିଳିବ । ତେବେ ଏହି ବିଧାୟକ ତାଲିକାରୁ ଗୋଟଏ କଥା ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ କୋଟିପତି ବିଧାୟକଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୧୪୬ଜଣ  ବିଧାୟକ। ସେମାନଙ୍କ ମଧ୍ୟରୁ ୯୫ ଜଣ ବିଧାୟକ […]

  • Saturday, 10 July 2021
2j
ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]

tttttttttttuuuuuuuuuuuuuuuu-750x407
ଜୁନ୍‌ ପହିଲାରୁ ଝାରସୁଗୁଡାରୁ ଉଡ଼ିବ ବିମାନ

ଭୁବେନଶ୍ୱର: ଝାରସୁଗୁଡ଼ାକୁ ବିମାନ ସେବା ଯୋଗାଇଦେବ ଆଲିଏନ୍ସ ଏୟାର୍ । ଜୁନ ପହିଲାରୁ ଏହା କାର୍ଯ୍ୟକାରୀ ହେବ।  ଏହାପରେ ଝାରସୁଗୁଡାରୁ  ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ। ସେହିପରି ଝାରସୁଗୁଡ଼ା-କୋଲକାତା ରୁଟ୍‌ରେ ବିମାନ ଚଳାଚଳ କରିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ସୂଚନାଥାଉ କି, ଆଲିଏନ୍ସ ଏୟାର୍ ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାରି ସଂସ୍ଥା

  • Saturday, 10 July 2021
tds
ଟିଡିଏସ୍‌ ଦାଖଲ ପ୍ରକ୍ରିୟା ମେ ୨୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଫୋନି ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ଏହାକୁ ନଜରରେ ରଖି ଏପ୍ରିଲ ମାସର ଟିଡିଏସ ଦାଖଲ ପ୍ରକ୍ରିୟା ମେ’ ୨୦ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି। ଟିଡିଏସ୍‌ ଦାଖଲ ପାଇଁ ପୂର୍ବରୁ ଶେଷ ତାରିଖ ଥିଲା ମେ ୭। ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍ସର ଟିଡିଏସ ଦାଖଲ କରିବା ପାଇଁ ସମୟ ସୀମା ୩୦ ଜୁନ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି । CBDT ପକ୍ଷରୁ […]

  • Saturday, 10 July 2021
Ratha Jatra
ରଥଯାତ୍ରା ସୁରକ୍ଷାର ସମୀକ୍ଷା କଲେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା

ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।

dengue
ଟ୍ୱିନ୍ ସିଟିକୁ ଘାରିଲାଣି ଡେଙ୍ଗୁ ଭୟ : କଟକ ତୁଳସୀପୁର ଓ ଥୋରିଆ ସାହିରୁ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର ପରେ କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସହରର ୨୩ ଓ ୨୪ ନମ୍ବର ଓ୍ୱାର୍ଡଠାରୁ ଆରମ୍ଭ କରି ବିଡାନାସି, ଥୋରିଆ ସାହିରେ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏଥିପାଇଁ ସହରର ଅସ୍ୱାସ୍ଥ୍ୟକର ପରିବେଶକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି ଭୁବନେଶ୍ୱରରେ ବି କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଟ୍ୱିନ୍ ସିଟିରେ ମଶା ମାରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Puri Ratha yatra
ଶ୍ରଦ୍ଧା ବାଲିରେ ନିଖୋଜ ମାଳିନୀ…

ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।

Ratha Jatra
ଆଜି ଶ୍ରୀଜିଉଙ୍କ ଉଭା ଯାତ୍ରା: କାଲି ସିଂହଦ୍ୱାରକୁ ଆସିବେ ତିନି ରଥ

ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।

puri ratha yatra
୧୮୭୭ ରଥଯାତ୍ରା: ସନ୍ଧ୍ୟା ଯାଏ ଚାଲିଥିଲା ରଥକାମ, ଅର୍ଦ୍ଧରାତ୍ରରେ ହୋଇଥିଲା ପହଣ୍ଡି

ପୁରୀ ରଥଯାତ୍ରା ଉପରେ ସମସ୍ତଙ୍କର ନଜର। ବର୍ଷକେ ଥରେ ହୁଏ ରଥଯାତ୍ରା। ବଡଦାଣ୍ଡରେ ହୁଏ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ସମସ୍ତେ ଚାହାନ୍ତି, ରଥଯାତ୍ରାରେ ଯେମିତି କିଛି ଓଲଟପାଲଟ ନ ହେଉ। ହେଲେ, ଇତିହାସକୁ ଓଲଟାଇଲେ ଦେଖିବାକୁ ମିଳେ ଅନେକ ବ୍ୟତିକ୍ରମ..

corona death
ସୁନାର ସଂସାରକୁ ଚୁନା କରିଦେଲା ମହାମାରୀ, କରୋନାରେ ୪ ରୋଜଗାରିଆ ପୁରୁଷ ଲୋକଙ୍କ ମୃତ୍ୟୁ ପରେ . . . .

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାର ଗାଁର ସମା ସାହୁଙ୍କର ପରିବାର ଏବେ ଦୁର୍ଦ୍ଦିନରେ । ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ନେଇଥିବା ଅଦୃଶ୍ୟ ଭାଇରସର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେ ପଡୁଛି । କେବଳ ଯେ ସେ ସ୍ୱାମୀଙ୍କୁ ହରାଇଛନ୍ତି ତା’ ନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ପୁରୁଷ ଆଗ ପଛ ହୋଇ ଚାଲିଯିବା ପରେ ସାହୁ ପରିବାର ଏବେ ମୁରବୀଶୂନ୍ୟ ହୋଇଯାଇଛି ।

bhanjanagar
ମନେ ପଡ଼ି ଯାଉଛି ସୁଖର ଦିନ : ସ୍ୱାମୀଙ୍କ ଫଟୋକୁ ଛାତିରେ ଜାବୁଡ଼ି ବାହୁନି କାନ୍ଦୁଛନ୍ତି ବିଧବା ମହିଳା

କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ।

Security Personnel-Maoists Exchange Fire
ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ, ଗସ୍ତ ବାତିଲ୍‌ କରି ନିଜ ହେଲିକପ୍ଟରରେ ଏୟାରଲିଫ୍ଟ କଲେ ଡିଜିପି

ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

rayagada hospital
ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

Missing Children
‘ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ’

‘ମୋ ଝିଅ କିଛି ଜାଣି ନାହିଁ। ସେ ଛୋଟ ପିଲା, ତାକୁ କିଡ୍‌ନାପ୍‌ କରାଯାଇଛି। ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ।’ ଅପହୃତ ଜଣେ ନାବାଳିକା ବାପାଙ୍କର ଏ ହେଉଛି ପୋଲିସ ନିକଟରେ ନିବେଦନ।

coronavirus
ବାହାରିଲେ ୨,୩୩୪ ସଂକ୍ରମିତ, ଆଖି ବୁଜିଲେ ୫୮

ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୃତ୍ୟୁ ସଂଖ୍ୟା ତ ଆହୁରି ଚିନ୍ତାଜନକ। ଜାଣନ୍ତୁ, ୨୪ ଘଣ୍ଟା ମଧ୍ୟରେ କେଉଁଠୁ କେତେ ପଜିଟିଭ ବହାରିଲେ ଏବଂ କେତେ ଆଖି ବୁଜିଲେ।

vaccination of pregnant women
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।

Ratha yatra in surat town
୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା

ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।

Puri
ଆଜି ସଟ୍‌ଡାଉନ୍‌ ହେବନି ପୁରୀ

ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Superstition
ଅନ୍ଧବିଶ୍ୱାସ ହେଲା କାଳ, ଚେଙ୍କ ନେଇ ଗଲା ଜୀବନ

ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ

Mother Dies Of Snakebite
ପୁଅକୁ ବଂଚାଇବା ଲାଗି ନିଜ ଜୀବନ ଦେଇଦେଲା ମାଆ

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ