ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।
ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।
ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହୋଇନଥିବା ସମୟରେ ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀଗୃହରୁ ବାହାରି ପିଲାମାନଙ୍କୁ ଭିନ୍ନ ଉପାୟରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ ଏବଂ ପାଠ ପଢ଼ାଇ ତିଆରି କରିଛନ୍ତି ବଡ଼ ବଡ଼ ଅଫିସର । ପିଲାଏ ସହଜରେ ପାଠ ମନେ ରଖିବା ପାଇଁ ଲେଖିଛନ୍ତି ଅନେକ ଗପ, ଗୀତ, ପହେଲି ଓ ଧନ୍ଦା । ହେଲେ ଆଜି ସେ ଅସହାୟ ହୋଇ ପଡ଼ି ରହିଛନ୍ତି ।
ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ । ଫିଙ୍ଗି ଦେଉଥିବା ସାମଗ୍ରୀରେ ସେ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ ।
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ […]
ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍ଡାଉନ୍। ଲକ୍ଡାଉନ୍ ସମୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଲକଡାଉନ୍ କଟକଣାରୁ ବାଦ୍ ନେଇ SRC ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି। ଲକ୍ଡାଉନ୍ରେ ଆଉ କିଛି ସାମଗ୍ରୀକୁ କଟକଣା ମୁକ୍ତ କରାଯାଇଛି। ସକାଳ ୬ରୁ ଦିନ ୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ କେବଳ ତେଜରାତି ଓ କ୍ଷୀର ଦୋକାନକୁ ଛାଡ଼ିଦେଲେ ଅନ୍ୟ […]
ଭୁବନେଶ୍ୱର: ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ପ୍ରୟାସ। ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ୍ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଜିଆରପି ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦା ସ୍ଥିତ ବାସଭବନକୁ ଯାଇ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଥିଲା। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜ୍କୁ ତଦନ୍ତ କରି ଆଦିତ୍ୟଙ୍କୁ […]