• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ ।

    ୩୯ ଲକ୍ଷରୁ ୨୫ ଲକ୍ଷ ଫେରିଲା ।

    ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା ।

ଭୁବନେଶ୍ୱର: ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା । ଜମିରେ ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା । ଲୋଭନୀୟ ଅଫର ଦେଖାଇ ୩୯ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଜଗତପୁର ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଟିମ୍ ତଦନ୍ତ କରି ଠକେଇର ମୂଳ ଚେର କୋଲକାତାରେ ଠାବ କରିଥିଲେ । ଅଭୟ ତିୱାରୀ ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲା । ଓଡ଼ିଶା ପୋଲିସ ତଦନ୍ତ କରି ଦୁଇ ସହଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ଟଙ୍କା ଉଦ୍ଧାର କରାଯାଇଛି । ମୋଟ ୨୫ ଲକ୍ଷ ୭୦ ହଜାର ୩ଶହ ଟଙ୍କା ଉଦ୍ଧାର ହୋଇଛି କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଉଦ୍ଧାର ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠା ଯାଇଛି । ଆବଶ୍ୟକ ହେଲେ ଅଭୟ ତିୱାରୀକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କମିଶନର ।

ସେପଟେ ସାଇବର ଲୁଟେରାଙ୍କ କବଳରୁ ନିଜକୁ ରକ୍ଷା କରିବାକୁ କମିଶନରେଟ ପୋଲିସର ପରାମର୍ଶ । ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟ୍ୱିଟରରେ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେଓ୍ୱାଇସି ଯାଞ୍ଚ ପାଇଁ କୌଣସି ଲିଙ୍କ୍ ବା ଇମେଲ ଲିଙ୍କ୍ ଖୋଲନ୍ତୁ ନାହିଁ । ଏପରି ସନ୍ଦିଗ୍ଧ ଲିଙ୍କ୍‌କୁ କ୍ଲିକ୍ କରନ୍ତୁ ନାହିଁ । ଏଭଳି ନକଲି କେଓ୍ୱାଇସି ଲିଙ୍କ୍ ଲୋକଙ୍କୁ ଲୁଟ୍ କରୁଛନ୍ତି ଦୁର୍ବୃତ୍ତମାନେ ।

ଲୁଟେରାମାନେ କେଓ୍ୱାଇସି ଯାଞ୍ଚ ନାଁରେ ଲୋକଙ୍କୁ ବିଭିନ୍ନ ଲିଙ୍କ୍ ପଠାଉଛନ୍ତି । ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ରହିଛି । କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ପହଞ୍ଚିବାର ସମ୍ଭାବନା ରହିଛି । ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now