Advertisment

ବିଦେଶରେ ବିକ୍ରି ହେବ ଆଦିବାସୀ ମହିଳାଙ୍କ ବାଉଁଶ ତିଆରି ଗହଣା

ରାୟଗଡା ଜିଲ୍ଳା ବଡ ଚାନ୍ଦିଲୀ ଗ୍ରାମର ଆଦିବାସୀ ଯୁବତୀ ମାନେ ତିଆରି କରୁଛନ୍ତି ଏଭଳି ଗହଣା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାଇଜରେ କାଟିବା ପରେ ତାକୁ ପଲିସ କରୁଛନ୍ତି । ଆଉ ସେଥିରେ ରଙ୍ଗଦେଇ ଆବଶ୍ୟକ ମୁତାବକ ହାତତି ଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗଳାହାର, ଚୂଡି, କାନଫୁଲ, ହେୟାର କ୍ଲିପ ଠାରୁ ଆରମ୍ଭ କରି ରାକ୍ଷୀ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା ମାନେ ।

author-image
Prangyan Parimita
ଅଦ୍ୟତନ ହୋଇଛି
ବିଦେଶରେ ବିକ୍ରି ହେବ ଆଦିବାସୀ ମହିଳାଙ୍କ ବାଉଁଶ ତିଆରି ଗହଣା

bamboo ornament

ରାୟଗଡ଼ା(ମନୋଜ ପାତ୍ର) : ଦିନକୁ ଦିନ ବାଉଁଶ ତିଆରି ଗହଣାର ଚାହିଦା ବଢ଼ୁଛି । ଯୁବ ବଦଳିବା ସହ ଲୋକଙ୍କ ପସନ୍ଦ ମଧ୍ୟ ପରିବର୍ତ୍ତନ ହେଉଛି । ଫ୍ୟାସନେବଲ୍ ଦେଖାଯିବା ପାଇଁ ଭିନ୍ନ ଭିନ୍ନ ଗହଣା ପିନ୍ଧିବାକୁ ପସନ୍ଦ କରୁଛନ୍ତି ଆଜିକାଲିର ଯୁବଗୋଷ୍ଠୀ । ଏହି କ୍ରମରେ ରାୟଗଡା ଜିଲ୍ଲାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳା ମାନେ ବାଉଁଶରେ ଗହଣା ତିଆରି କରୁଛନ୍ତି । ଏବଂ ଏବେ ସେମାନଙ୍କୁ ଜୀବନ ଜିବୀକା ଯୋଗାଇଛି ବାଉଁଶ ତିଆରି ଗହଣା । ବାଉଁଶରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ଗହଣା ଓ ବିଭିନ୍ନ ମନୋହରୀ ସାମଗ୍ରୀ ତିଆରି କରି ଆତ୍ମନିର୍ଭରଶୀଳ ହେବା ସହ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି ।

Advertisment

ବାଉଁଶରେ ତିଆରି ହୋଇଛି ଭଳିକି ଭଳି ସୁନ୍ଦର ଗହଣା । ଦେଖିଲେ ଆଖି ଲାଖି ଯାଉଛି । କୌଣସି ମୂଲ୍ୟବାନ୍‌ ଧାତବ ପଦାର୍ଥରେ ତିଆରି ହୋଇଥିବା ପରି ଜଣାପଡ଼ୁଛି । ରାୟଗଡା ଜିଲ୍ଳା ବଡ ଚାନ୍ଦିଲୀ ଗ୍ରାମର ଆଦିବାସୀ ଯୁବତୀ ମାନେ ତିଆରି କରୁଛନ୍ତି ଏଭଳି ଗହଣା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାଇଜରେ କାଟିବା ପରେ ତାକୁ ପଲିସ କରୁଛନ୍ତି । ଆଉ ସେଥିରେ ରଙ୍ଗଦେଇ ଆବଶ୍ୟକ ମୁତାବକ ହାତତି ଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗଳାହାର, ଚୂଡି, କାନଫୁଲ, ହେୟାର କ୍ଲିପ ଠାରୁ ଆରମ୍ଭ କରି ରାକ୍ଷୀ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା ମାନେ । ମହିଳା ମାନଙ୍କୁ ଏହି କାର୍ଯ୍ୟରେ ସହାୟତା କରୁଛନ୍ତି ଜେକେ କାଗଜକଳ ଦ୍ୱାରା ପରିଚାଳିତ ସ୍ପର୍ଶ ଫାଉଣ୍ଡେସନ୍‌ । କରୋନା ମହାମାରୀ ସମୟରେ ଆଦିବାସୀ ମହିଳାଙ୍କୁ ସିଏସ୍‌ଆର୍‌ ସହାୟତାରେ ଏସବୁ ସାମଗ୍ରୀ ପ୍ରସ୍ତୁତ କରି ବେଶ୍‌ ଦୁଇପଇସା ଲାଭ ପାଉଥିବା କହିଛନ୍ତି ।

Advertisment

ରାୟଗଡା ଜିଲ୍ଳାରେ ପ୍ରଚୁର ପରିମାଣରେ ବାଉଁଶ ଉପଲବ୍ଧ ହେଉଥିବା ବେଳେ ଏହାକୁ ଉପଯୋଗ କରି ପ୍ରକୃତିଜାତ ପଦାର୍ଥରୁ ଜୀବନ ଜିବୀକା ନିର୍ବାହ ପ୍ରକଳ୍ପ ଉପରେ ଧ୍ୟାନ ଦେଇଛି ଜେ.କେ ସ୍ପର୍ଶ ଫାଉଣ୍ଡେସନ୍‌ । ସେଥିପାଇଁ ନିଜ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ବଡ ଚାନ୍ଦିଲୀ ଗ୍ରାମର ୨୫ ଜଣ ଯୁବତୀଙ୍କୁ ତାଲିମ ଦେଇ ବାଉଁଶ ଗହଣା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ୍‌ ପ୍ରାକୃତିକ ସାମଗ୍ରୀ ଗୁଡିକର ଚାହିଦା ଦେଶ ତଥା ଦେଶ ବାହାରେ ଅଧିକ ଥିବାରୁ ଏହାକୁ ବାହାରେ ବିକ୍ରି କରିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିପାଇଁ ଗ୍ରାମାଞ୍ଚଳ ମହିଳାଙ୍କୁ ପ୍ରୋତ୍ସାହନ ଯୋଗାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ଅଧିକରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ଆର୍ଥିକ ମାନଦଣ୍ଡ ଉନ୍ନତି କରାଯିବାର ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜେକେ କାଗଜ କଳ ଅଧିକାରୀ ।

Bamboo Jewellery
Advertisment
Advertisment