/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625743654.jpg)
ରଥ ଯାତ୍ରା 2021
ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ ଆସିଛନ୍ତି ମହାବାହୁ। ହରିବୋଲ, ହୁଳହୁଳି ସାଙ୍ଗକୁ ମଣିମା ମଣିମା ଡାକରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ବିଜେ କାହାଳୀ, ଘଣ୍ଟ, ଘଣ୍ଟା ଆଉ ହରିବୋଲ ଶବ୍ଦରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ସାତ ପାହାଚ ଦେଇ ବଡଦାଣ୍ଡକୁ ଆସିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ। କରୋନା କଟକଣା ପାଇଁ ଏଥର ବି ଭକ୍ତ ଓ ଭଗବାନଙ୍କର ହୋଇ ନାହିଁ ମିଳନ। କେବଳ ଏଇଥି ପାଇଁ ଓଟିଭି ଆପଣଙ୍କ ପାଖରେ ରଥଯାତ୍ରାର ଟିକିନିଖି ଖବର ପହଞ୍ଚାଇବ। ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ଦେଖିବା ପାଇଁ ଦେଖୁଥାଆନ୍ତୁ ଓଟିଭି ଲାଇଭ୍
- Jul 13, 2021 21:18 IST
ଆଡ଼ପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି
ଆଡ଼ପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ।
- Jul 13, 2021 16:45 IST
ଅଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର
ଗୋଟିପହଣ୍ଡି ପାଇଁ ରଥ ଉପରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଆରମ୍ଭ । ପରେ ଗୋଟିପହଣ୍ଡିରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତୀ । ଗତକାଲି ଶରଧାବାଲିରେ ସଅଳ ପହଞ୍ଚିଥିଲେ ତିନି ଠାକୁର ।
- Jul 12, 2021 17:50 IST
ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ
ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣି ଟାଣି ଆଣିଲେ ସେବାୟତ । ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ମହାପ୍ରଭୁ ଜଗନ୍ନାଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଆସିଛନ୍ତି ମହାପ୍ରଭୁ ଜଗନ୍ନାଥ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ।
- Jul 12, 2021 17:33 IST
ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ
ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ । ସେପଟେ ବଡ଼ଦାଣ୍ଡରେ ଆଗେଇ ଚାଲିଛି ନନ୍ଦିଘୋଷ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ।
- Jul 12, 2021 16:59 IST
ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ
ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏବେ ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।
- Jul 12, 2021 16:18 IST
ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ
ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ । ତେବେ ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ।
- Jul 12, 2021 16:01 IST
ଶରଧାବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ
ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ରଥ । ଶରଧାବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।
- Jul 12, 2021 15:14 IST
ରଥ ଟାଣୁଛନ୍ତି ବାହୁବଳୀ ସେବାୟତ
ରଥ ଟାଣୁଛନ୍ତି ବାହୁବଳୀ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି । କହୁଛନ୍ତି, ଏହା ତାଙ୍କ ପାଇଁ ଅପୂର୍ବ ସୁଯୋଗ । ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛନ୍ତି । ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳୀ ସେବାୟତ ।
- Jul 12, 2021 14:59 IST
ଶରଧାବାଲି ଅଭିମୁଖେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ
- Jul 12, 2021 14:06 IST
ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ
ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ। ଆଗରେ ତାଳଧ୍ୱଜ ଓ ମଝିରେ ଚାଲିଛି ଦର୍ପଦଳନ। ପଛରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର। ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ।
- Jul 12, 2021 13:50 IST
ଦେଖନ୍ତୁ, ଶ୍ରୀଜିଉଙ୍କ ରଥଟଣା ବେଳର ଦୃଶ୍ୟ
ଦେଖନ୍ତୁ, ଶ୍ରୀଜିଉଙ୍କ ରଥଟଣା ବେଳର ଦୃଶ୍ୟ
- Jul 12, 2021 12:28 IST
ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ୱଜ ରଥ
ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଥିବାବେଳେ ଏହା ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ହୋଇଛନ୍ତି।
- Jul 12, 2021 12:23 IST
ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା
ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ।
- Jul 12, 2021 12:22 IST
ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍ ଶକ୍ତି
ମହାପ୍ରଭୁଙ୍କ କୃପା ଅପାର। କେତେବେଳେ ଭକ୍ତଙ୍କୁ ନିଜ ଭୋଗ ଥାଳି ଟେକି ଦିଅନ୍ତି ତ କେତେବେଳେ ଭକ୍ତ ହାତରୁ ଭୋଗ ନେଇ ଖାଆନ୍ତି। କେତେବେଳେ ଗଜପତିଙ୍କ ମାନ ରକ୍ଷା ପାଇଁ ଯୁଦ୍ଧ କରିବାକୁ ଯାଆନ୍ତି ତ କେତେବେଳେ ମାଣିକ ହାତରୁ ଦହି ପିଇ ରତ୍ନ ମୁଦି ଦେଇ ଦିଅନ୍ତି। ମହାପ୍ରଭୁଙ୍କର ଏହି ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ପାଇଁ ଆଜି ପଙ୍ଗୁ ଗିରି ଲଙ୍ଘି ପାରୁଛି, ମୁକ ତାର ବାକ୍ ଶକ୍ତି ଫେରି ପାଉଛି..। ମହାପ୍ରଭୁଙ୍କର ଏମିତି ଏକ ଏଇ ଅପାର କାହାଣୀ ଆମେ ଜଣେ ଭକ୍ତଙ୍କ ମୁହଁରେ ଶୁଣାଇବୁ।
ପଢନ୍ତୁ; ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍ ଶକ୍ତି
- Jul 12, 2021 12:04 IST
ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇପାରେ ରଥଟଣା
ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ। ଛେରା ପହଁରା ସାରି ଶ୍ରୀନଅରକୁ ବାହୁଡ଼ିଲେ ଗଜପତି। ତିନି ରଥରେ ସାରଥି ଓ ଘୋଡ଼ାଯୋଚା କାର୍ଯ୍ୟ ଆରମ୍ଭ। ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇପାରେ ରଥଟଣା।
- Jul 12, 2021 11:59 IST
ମହାପ୍ରଭୁଙ୍କ ପାଖରେ ଲାଗିଲା ୧୦ ଫୁଟ୍ ଲମ୍ବର ଧୂପକାଠି, ଦେଖନ୍ତୁ ଭିଡିଓ
ଶ୍ରୀଜିଉଙ୍କ ରଥ ଆଗରେ ଲାଗିଲା ୧୦ ଫୁଟ୍ ଲମ୍ବର ଧୂପକାଠି
- Jul 12, 2021 11:10 IST
ଦେଖନ୍ତୁ କାଳିଆ ଠାକୁରଙ୍କ ରଥାରୁଢ ସମୟର ଦୃଶ୍ୟ
ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ। ପହଣ୍ଡିରେ ଆସି ରଥରେ ବିଜେ କଲେ ଜଗତର ନାଥ ଶ୍ରୀଜଗନ୍ନାଥ। ଦେଖନ୍ତୁ କାଳିଆ ଠାକୁରଙ୍କ ରଥାରୁଢ ସମୟର ଦୃଶ୍ୟ
- Jul 12, 2021 11:00 IST
ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଲେ ଗଜପତି
ପୁରୀ: ରଥଯାତ୍ରାର ପରବର୍ତ୍ତୀ ଆକର୍ଷଣୀୟ ନୀତି ଛେରା ପହଁରା, ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜା; ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଲେ ଗଜପତି।
- Jul 12, 2021 10:03 IST
ଦେଖନ୍ତୁ ଶ୍ରୀବଳଭଦ୍ରଙ୍କ ରଥାରୁଢ ସମୟର ଦୃଶ୍ୟ
ପହଣ୍ଡିରେ ଆସି ରଥରେ ବିଜେ କଲେ ଶ୍ରୀବଳଭଦ୍ର, ଦେଖନ୍ତୁ ଶ୍ରୀବଳଭଦ୍ରଙ୍କ ରଥାରୁଢ ସମୟର ଦୃଶ୍ୟ
- Jul 12, 2021 09:46 IST
ମହାମାରୀ କବଳରୁ ସମସ୍ତଙ୍କୁ ରକ୍ଷା କରନ୍ତୁ ମହାପ୍ରଭୁ: ବିଶ୍ୱଭୂଷଣ ହରିଚନ୍ଦନ
ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।
ମହାପ୍ରଭୁଙ୍କ କରୁଣାରୁ ସମସ୍ତ ଜନସାଧାରଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ମିଳୁ। ମହାମାରୀ କବଳରୁ ସମସ୍ତଙ୍କୁ ରକ୍ଷା କରନ୍ତୁ ମହାପ୍ରଭୁ: ବିଶ୍ୱଭୂଷଣ ହରିଚନ୍ଦନ
- Jul 12, 2021 09:15 IST
ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଦୃଶ୍ୟ
ଝୁଲି ଝୁଲି ଆସୁଛି ଜଗା। ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଦୃଶ୍ୟ
- Jul 12, 2021 09:10 IST
ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ
ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ତିନି ରଥରେ ତିନି ଠାକୁର ରଥାରୁଢ। ଦେବଦଳନରେ ଦେବୀ ସୁଭଦ୍ରା, ତାଳଧ୍ୱଜରେ ଶ୍ରୀବଳଭଦ୍ର ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ।
- Jul 12, 2021 09:08 IST
ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଲେ-ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ୍ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧ ଓ ମଙ୍ଗଳମୟ ହେଉ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #ରଥଯାତ୍ରା୨୦୨୧pic.twitter.com/lbFMULZz7k
— Naveen Patnaik (@Naveen_Odisha) July 12, 2021
- Jul 12, 2021 08:27 IST
ଦେଖନ୍ତୁ, ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ
ଦେଖନ୍ତୁ, ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ
- Jul 12, 2021 08:26 IST
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାପ୍ରଭୁ ଶ୍ରୀଜଗନ୍ନାଥ ଦେଶବାସୀଙ୍କୁ ଶୁଭାଶିଷ ଦିଅନ୍ତୁ ବୋଲି କହିଲେ ପ୍ରଧାନମନ୍ତ୍ରୀ।
Greetings to everyone on the special occasion of the Rath Yatra. We bow to Lord Jagannath and pray that his blessings bring good health and prosperity in everyone’s lives. Jai Jagannath!
— Narendra Modi (@narendramodi) July 12, 2021
- Jul 12, 2021 08:21 IST
ଖେଚୁଡ଼ି ଖାଇଲେ ମହାପ୍ରଭୁ
ମାଉସୀ ମାଆ ଘରକୁ ଯିବା ପୂର୍ବରୁ ଖେଚୁଡ଼ି ଖାଇଲେ ମହାପ୍ରଭୁ
- Jul 12, 2021 08:07 IST
ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶବାସୀ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି କହିଲେ ରାଷ୍ଟ୍ରପତି।
भगवान जगन्नाथ की रथ यात्रा के शुभ अवसर पर सभी देशवासियों, विशेष रूप से ओडिशा में सभी श्रद्धालुओं को मेरी हार्दिक बधाई एवं शुभकामनाएं। मैं कामना करता हूँ कि प्रभु जगन्नाथ के आशीर्वाद से सभी देशवासियों का जीवन सुख, समृद्धि और स्वास्थ्य से परिपूर्ण बना रहे।
— President of India (@rashtrapatibhvn) July 12, 2021
- Jul 12, 2021 07:32 IST
ଦେଖନ୍ତୁ, ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଦୃଶ୍ୟ
ଦେଖନ୍ତୁ, ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଦୃଶ୍ୟ
- Jul 12, 2021 07:18 IST
ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ
ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ, ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜିଉ। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇ ଥିବାବେଳେ ଏହାପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ପଛେ ପଛେ ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
- Jul 12, 2021 07:16 IST
ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା
ପୁରୀ: ଆଜି ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ ଅଛି। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କୋଭିଡ କଟକଣା ଲାଗି ଏବର୍ଷ ମଧ୍ୟ ଭକ୍ତଙ୍କୁ ବଡ଼ଦାଣ୍ଡ ବାରଣ କରାଯାଇଛି।
- Jul 12, 2021 07:10 IST
ସମାପ୍ତ ହେଲା ରଥ ପ୍ରତିଷ୍ଠା କାର୍ଯ୍ୟ
ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଖେଚୁଡ଼ି ଭୋଗ। ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ
- Jul 11, 2021 18:34 IST
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର
ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ତିନି ରଥ ସିଂହଦ୍ୱାର ସାମନାକୁ ଆସିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ଆହୁରି ପଢନ୍ତୁ
- Jul 11, 2021 17:25 IST
କାହିଁକି ରଥଯାତ୍ରା ପାଇଁ ପିପିଲିରୁ ଯାଏ ତୁଳସୀ
ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଆଗକୁ ପଢନ୍ତୁ
- Jul 11, 2021 13:26 IST
ସିଂହଦ୍ୱାର ସାମ୍ନାରେ ୩ ରଥ
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।
ସିଂହଦ୍ୱାର ସାମ୍ନାରେ ୩ ରଥ - Jul 11, 2021 13:26 IST
ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ରଥ ଟଣା। ଦେଖନ୍ତୁ ଚିତ୍ର।
ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ରଥ ଟଣା। ଦେଖନ୍ତୁ ଚିତ୍ର। #Puri#Odisha#RathaJatrapic.twitter.com/CfimcBF01E
— ଓଟିଭି (@otvkhabar) July 11, 2021
- Jul 11, 2021 12:22 IST
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ
ସିଂହଦ୍ୱାର_ନିକଟରେ_ଲାଗିଲା_ତିନି_ରଥ
ପୁରୀ: ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଟଣାଗଲା ରଥ। ପ୍ରଥମେ ନନ୍ଦିଘୋଷ, ତା’ପରେ ଦର୍ପଦଳନ, ଶେଷରେ ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ। କୋଭିଡ୍ କଟକଣା ମଧ୍ୟରେ ରଥ ଟାଣିଲେ ସେବାୟତ।
- Jul 11, 2021 12:22 IST
ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।
ପଢ଼ନ୍ତୁ: ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ
- Jul 08, 2021 15:14 IST
କାହିଁକି ଲାଗି ହୁଏ ଫୁଲୁରି ତେଲ - ଜାଣନ୍ତୁ
ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ । ଅଣସର ଘରେ ଥିବା ଅସୁସ୍ଥ ଶ୍ରୀଜିଉଙ୍କ ଦେହରେ ଆଜି ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି।
- Jul 08, 2021 15:14 IST
୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ
ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଆହୁରି ପଢନ୍ତୁ
- Jul 08, 2021 15:09 IST
ଚାଲିଛି ମହାପ୍ରଭୁଙ୍କ ରଥ କାମ
ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର । ରଥ ନିର୍ମାଣ କାର୍ଯ୍ୟର ସମସ୍ତ ଫୋଟୋ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)