Advertisment

ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

pregnant women

ଭୁବନେଶ୍ୱର : ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

Advertisment

ସେହିପରି ରାଜ୍ୟରେ ନିରନ୍ତର ଟିକାକରଣ ସଂପର୍କରେ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଯେତିକି କୋଭିସିଲଡ୍ ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବର୍ତ୍ତମାନ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲଡ୍ ଓ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ମହଜୁଦ୍ ଥିବା ସେ କହିଛନ୍ତି । ୧୫ ତାରିଖରେ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଆସିବ । ସେପଟେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ।

Advertisment

ସେପଟେ ଟିକାର ଅଭାବ ପାଇଁ ବଲାଙ୍ଗିର, ବାଲେଶ୍ୱର, ଢେଙ୍କାନାଳ ଓ ସୋନପୁରରେ ଆଜି ଭ୍ୟାକ୍ସିନେସନ ବନ୍ଦ ଅଛି । ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅବଗତ କରିଛନ୍ତି ଏବଂ ତୁରନ୍ତ ଟିକା ଦେବାକୁ ଅନୁରୋଧ କରିଥବା ଜଣାପଡ଼ିଛି॥ ଭୁବନେଶ୍ୱରରେ କିନ୍ତୁ ସୁରୁଖୁରୁରେ ଟିକାକରଣ ଚାଲିଛି । ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ ଶତ ପ୍ରତିଶତ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଇ ମାସ ସୁଦ୍ଧା ରାଜଧାନୀର ସମସ୍ତ ଲୋକଙ୍କୁ ଯେମିତି ଟିକା ମିଳିପାରିବ, ତାକୁ ଆଖି ଆଗରେ ରଖି ଟିକା ଦିଆଯାଉଛି । ସେହିପରି କଟକରେ ମଧ୍ୟ ସୁରୁଖୁରୁରେ ଟିକାକରଣ ଚାଲିଛି ।

ଅନ୍ୟପଟେ ଆଜି ରାଜ୍ୟରେ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୦୮୪ ରହିଛି।

COVID-19 Vaccination
Advertisment
Advertisment