• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଆଳୁ ଲଚ୍ଛା ପରଟା’

ସଂଧ୍ୟାରେ ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା ରହିଥାଏ । ଘରେ ଆଳୁରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଆଳୁ ଲଚ୍ଛା ପରଟା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଆଳୁ ଲଚ୍ଛା ପରଟା’ବନେଇବା ପାଇଁ ସାମଗ୍ରୀ

ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ଗାଜର,କଟା ଟମାଟୋ,କଟା ବିନ୍ସ,କଟା କ୍ୟାପ୍ସିକମ୍,କଟା କଞ୍ଚା ଲଙ୍କା,କଟା ଧନିଆପତ୍ର,ଜୁଆଣି ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ। ଏହାପରେ ଆଳୁକୁ ଏକ ପାତ୍ରରେ ରଖି ଆଳୁକୁ ଗ୍ରେଟ୍‌ ବା ଛୋଟ ଛୋଟ କରି କାଟି ରଖନ୍ତୁ।
  • ଏହାପରେ କଟା ହୋଇଥିବା ଆଳୁରେ ବେସନ, ଅଦା, ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା କଞ୍ଚା ଲଙ୍କା, ଜୁଆଣି, ଲୁଣ ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ମନେ ରଖନ୍ତୁ ପାଣି ପକାଇବେ ନାହିଁ ।
  • ଏହା ପରେ ଚୁଲିରେ ଏକ ତାୱା ବା ପ୍ୟାନକୁ ଗରମ କରନ୍ତୁ । ତାୱାରେ ଅଳ୍ପ ତେଲ ଦେଇ ଚାରିପଟେ ତେଲକୁ ଖେଳାଇ ଦିଅନ୍ତୁ 
  • ତେଲ ଗରମ ହେବା ପରେ ଆଳୁର ମିଶ୍ରଣକୁ ମୋଟା ପିଠା ପରି ଖେଳାଇ ପକାନ୍ତୁ ।
  • ଏହା ଉପରେ କଟା ପରିବା ମଧ୍ୟ ପକାଇ ଦିଅନ୍ତୁ ।
  • କିଛି ସମୟ ପରେ ଏହାକୁ ଏପଟ ସେପଟ କରି ଓଲଟାଇ ଦିଅନ୍ତୁ ।
  • ଦୁଇପାର୍ଶ୍ୱ ହାଲକା ଲାଲ୍‌ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଆଳୁ ଲଚ୍ଛା ପରଟା’ । ଏହି ରେସିପିଟିକୁ ସସ୍‌ କିମ୍ବା ଚଟଣି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।