Advertisment

ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।

author-image
Minati Mishra
odisha assembly

odisha assembly

ଭୁବନେଶ୍ୱର: ଅଚଳ ହେଲା  ବିଧାନସଭା। ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁ ଆଜି କୌଣସି ଗୃହକାର୍ଯ୍ୟ  ହୋଇପାରି ନାହିଁ । କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।  

Advertisment

ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ସେ ନିଜ ଚାମ୍ବରରୁ ଆସିପାରି ନଥିଲେ  ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି  ।

Advertisment

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖଣି ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା ହୋଇଥିଲା । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ନୋଟିସକୁ ବାଚସ୍ପତି ଗ୍ରହଣ ନ କରିବାରୁ ବିରୋଧୀ ଦଳର ବିଧାୟକ ହଙ୍ଗାମା କରିଥିଲ॥  ବିଜେପି ସଦସ୍ୟ ବି ପାଟିତୁଣ୍ଡ କରିଥିଲେ  । ସାଢ଼େ ୧୧ଟା ପରେ ବି ସେଇ ଅବସ୍ଥା ଜାରି ରହଥିଲା।

 ଏ ନେଇ ବିଧାୟକ ସନ୍ତୋଷ ସାଲୁଜା କହିଛନ୍ତି, ରାଜ୍ୟ ସରକାର ଖଣି ଦୁର୍ନୀତିରେ ଏତେ ବୁଡ଼ି ରହିଛନ୍ତି। ତେଣୁ ଏ ବିଷୟରେ ଆଲୋଚନା କରିବାକୁ ଡରୁଛନ୍ତି। ଆଜି ଏ ନେଇ ଆଲୋଚନା ଥିଲେ ହେଁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଶାହା କମିଶନ ରିପୋର୍ଟ ପରେ ଯିଏ ବେଶି ପ୍ରିମିୟମ ଦେଇଥିଲେ ସେମାନଙ୍କୁ ଲିଜ ଦିଆଯାଇଛି। ଯେଉଁମାନେ କମ୍‌ ପରିବହନ କରିଛନ୍ତି ସେମାନଙ୍କୁ ଫାଇନ କରିଛନ୍ତି।

ଅନ୍ୟପକ୍ଷେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପ୍ରତାବ ଦେବ। ବିରୋଧୀ ଦଳ ଏବେ ଲୁଚକାଳି ଖେଳୁଥିବା ସେ କହିଛନ୍ତି।

ଅନ୍ୟପକ୍ଷେ ବିରୋଧୀଙ୍କ ଘେରାଉ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ବାଚସ୍ପତି ସରକାର ନୁହନ୍ତି, ସେ ଜଣେ ପ୍ରିଜାଇଡିଂ ଅଫିସର। ତେଣୁ ବାଚସ୍ପତିଙ୍କୁ କଣ ଘେରାଉ କରିବେ କହିଥିଲେ ସୂର୍ଯ୍ୟ ପାତ୍ର। ବିଜେପି, କଂଗ୍ରେସ ଓ ସରକାରୀ ଦଳର ଏକ ଟିମ୍ ଆଲୋଚନା କରିଥିଲେ। କାହିଁକି ମୁଲତବି ପ୍ରସ୍ତାବ ଗ୍ରହଣ କରାଗଲାନି ଅବଗତ କରିଥିଲି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପାରିବେ ବୋଲି କହିଥିବା ସୂଚନା ଦେଇଛନ୍‌ ବାଚସ୍ପତି। 

Mining Scam Odisha Odisha Assembly Session
Advertisment
Advertisment