Advertisment

ପିଲାଙ୍କ ଭିତରେ ବଢ଼ୁଥିବା ସଂକ୍ରମଣ ପାଇଁ ଅଭିଭାବକ ଦାୟୀ: ସ୍ୱାସ୍ଥ୍ୟ ବିଭାଗ

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ  ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍‌ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି।

author-image
Chandan Shishu
Corona Infection

Corona Infection

ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ସ୍କୁଲ୍‌ରେ କରୋନା ସଂକ୍ରମଣ। ଛାତ୍ରଛାତ୍ରୀଙ୍କଠାରେ ବ୍ୟାପିଗଲାଣି କରୋନା ଭୂତାଣୁ। ବାଦ୍ ପଡ଼ୁନାହାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ୩ ଦିନରେ ରାଜ୍ୟରେ ସଂକ୍ରମିତ ହେଲେଣି ୨ଟି ସ୍କୁଲର ୩୯ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ। ଢେଙ୍କାନାଳ କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀଙ୍କ ସହ ୬ ଜଣ ଶିକ୍ଷକ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍କୁଲ ଓ ହଷ୍ଟେଲକୁ ସପ୍ତାହେ ଲାଗି ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେପଟେ ବରଗଡ଼ର ଏକ ଘରୋଇ ଆବାସିକ ସ୍କୁଲରୁ ୩ ଦିନରେ କରୋନାରେ ୧୯ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲର ହଷ୍ଟେଲକୁ ବନ୍ଦ କରାଯାଇ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।

Advertisment

ସେପଟେ ପିଲାଙ୍କ ଭିତରେ ବଢ଼ୁଥିବା ସଂକ୍ରମଣକୁ ନେଇ ଅଭିଭାବକଙ୍କୁ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ। ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ  ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍‌ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି।

ଟ୍ୱିନ୍ ସିଟିରେ ଆର୍-ଭାଲ୍ୟୁ-୧ ଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ୦.୯ ରହୁଛି। ଏପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁସବୁ ସ୍କୁଲରେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକୁ ବନ୍ଦ କରାଯାଇ ସଂକ୍ରମଣ ଚେନ୍ରେ ବ୍ରେକ୍ ଲଗାଯାଉଛି। ଗୁରୁ ଦିବସ ସୁଦ୍ଧା ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଟିକା ନେଇ ସାରିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନି।

Advertisment

କରୋନା ତଳମୁହାଁ ହେବାପରେ ଜୁଲାଇ ୨୬ରୁ ଦଶମ ଓ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ୍ ଖୋଲିଥିଲା। କୋଭିଡ୍ ଗାଇଡ୍‌ଲାଇନ୍ ଭିତରେ ଶିକ୍ଷାଦାନ ଚାଲିଥିବା ବେଳେ ବରଗଡ଼ ଓ କାମାକ୍ଷାନଗର ଘଟଣା ସରକାରଙ୍କ ଚିନ୍ତାକୁ ବଢ଼ାଇଦେଇଛି। ତେବେ ଦେଶର ସମସ୍ତ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍- IAPSM।  ଛୋଟ ପିଲାମାନେ ସଂକ୍ରମିତ ହେଉଥିଲେ ମଧ୍ୟ ଗୁରୁତର ହେଉନଥିବାରୁ ପ୍ରି-ସ୍କୁଲ ଓ ପ୍ରାଇମେରୀ ସ୍କୁଲ୍ ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ରିପୋର୍ଟ: ଦୀପକ ଶର୍ମା, ବିଦ୍ୟାଧର ବରାଳ, ସୌମ୍ୟରଞ୍ଜନ ସାହୁ, କପିଳେନ୍ଦ୍ର ପ୍ରଧାନ

Odisha News Corona 3rd Wave
Advertisment
Advertisment