• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pramod Behera
  • 3 years ago

କିଏ ହେବ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ : ଦୌଡରେ ବିଜୟ ଓ ଅସୀତ

ପ୍ରିୟବ୍ରତଙ୍କ ପରେ କିଏ ହେବେ ସଂଭ୍ରାନ୍ତ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ? ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଛି ଭୁବନେଶ୍ୱର କ୍ଲବର ସଭାପତି ପଦ। ସେହିଭଳି ଅନ୍ୟାନ୍ୟ ପଦବୀ ପୂରଣ ଲାଗି କ୍ଲବ୍‌ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା। ତେବେ ଏଥର ସଭାପତି ଦୌଡ଼ରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସୀତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହେଉଥିବାରୁ ଏହାକୁ ନେଇ ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି। More
  • Sarbeswar
  • 3 years ago

ଅପରାହ୍ନରେ ବିଧାନସଭା ସାମ୍ନାରେ ବିଷ ପିଇଥିଲେ, ଏବେ SCBରେ ପ୍ରାଣ ତ୍ୟାଗ କଲେ

ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି। More
  • Sarbeswar
  • 3 years ago

କରୋନା ପାଇଁ ହନ୍ତସନ୍ତ ବ୍ୟବସାୟୀ: ନୂଆ ବେପାର ପାଇଁ ରାସ୍ତା ଦେଖାଇଲା ସୁନା ଋଣ

କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି। More
  • Sarbeswar
  • 3 years ago

ଲୁଟେରା ଜନପ୍ରତିନିଧୀ: ଲୋକଙ୍କ ସେବା ବଦଳରେ ଲୋକଙ୍କୁ ଲୁଟୁଥିଲେ ପୂର୍ବତନ ବିଧାୟକ

ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ More
  • Sarbeswar
  • 3 years ago

ବାରମ୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ନେଇ ତେଜିଛି ବିରୋଧ, ରାସ୍ତାକୁ ଓହ୍ଲାଇଲା ବିଜେପି

ବିଦ୍ୟୁତ୍‌ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ More
  • Sarbeswar
  • 3 years ago

ବିଜେଡ଼ିରୁ ନିଲମ୍ବନ ହେଲେ ପ୍ରଶାନ୍ତ ଜଗଦ୍ଦେବ

ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି More
  • Sarbeswar
  • 3 years ago

ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଛି More
  • Sarbeswar
  • 3 years ago

ବିଧାନସଭାରେ ପାସ୍‌ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌: ୫୦% ମଧ୍ୟରେ ରହିବ ସଂରକ୍ଷଣ

ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ । ବିଲ୍‌ ଅନୁସାରେ ମୋଟ୍‌ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବା ନେଇ ସୂଚନା ମିଳିଛି। More
  • Sarbeswar
  • 3 years ago

ଗାଁ ପୋଖରୀରେ ନିର୍ମାଣ ହେଲା ପାର୍କ

ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି More
  • Pallipuspa Samal
  • 3 years ago

ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗ,ହାଜର ହେବାକୁ ପବ୍ଲିକ୍ ନୋଟିସ୍

ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । More
  • Sarbeswar
  • 3 years ago

ନାହାନ୍ତି ଗୁରୁ, ପିଲାଙ୍କୁ ପଢେଇବ କିଏ?

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ More
  • Sarbeswar
  • 3 years ago

ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା। More
  • Sarbeswar
  • 3 years ago

ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। More
  • Sarbeswar
  • 3 years ago

ପ୍ରମୋଦ ଭଗତଙ୍କୁ ୬ କୋଟି

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି More
  • Minati Mishra
  • 3 years ago

  • Minati Mishra
  • 3 years ago

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ

ବିଜେପିର ବିଜୁଳି ପ୍ରତିବାଦ । ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ବିକ୍ଷୋଭ କରିଛି ବିଜେପି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶହ ଶହ କର୍ମୀ ବିଧାନସଭା ଘେରାଉ କରିଛନ୍ତି ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ଅଭିମୁଖେ ଶତାଧିକ ବିଜେପି କର୍ମୀ ରାଲି କରିଥିଲେ। ପ୍ରଥମ ବ୍ୟାରିକେଡ ଟପି ବିଧାନସଭା ଆଡ଼କୁ ମାଡ଼ି ଯାଇଥିଲେ ବିଜେପି କର୍ମୀ । ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ରାଜ୍ୟ ସରକାର OERC ସହ ମଧୁଚନ୍ଦ୍ରିକା କରି ମନଇଚ୍ଛା ବିଜୁଳି ଦର ବଢାଇ ଚାଲିଥିବା ବାବୁ ସିଂ ଅଭିଯୋଗ କରିଛନ୍ତି । ତେବେ ଏନେଇ ଶକ୍ତି ମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ 
 

  • Minati Mishra
  • 3 years ago

 ଅଗ୍ନିକାଣ୍ଡରେ ମାଆ ଓ ପୁଅ ଗୁରୁତର

ଭଦ୍ରକ: ଅଗ୍ନିକାଣ୍ଡରେ ମାଆ ଓ ପୁଅ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳ ଦଳାଙ୍ଗ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା। ଘରେ ଅଗ୍ନିକାଣ୍ଡ ବେଳେ ଗୁହାଳରେ ଥିବା ଗୋରୁଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିଲେ। ଏତିକି ବେଳେ ମା’ ଓ ପୁଅଙ୍କ ଉପରେ ନିଆଁ ଖସି ପଡ଼ିଥିଲା  । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି  । ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ତେବେ ଅବସ୍ଥା ଗୁରୁତର ହେବାରୁ ମାଆ ଓ ପୁଅକୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି 

  • Minati Mishra
  • 3 years ago

ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ

ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି। More

  • Minati Mishra
  • 3 years ago

ଚିଟଫଣ୍ଡ ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରିଥିଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ।  More

  • Prangyan Parimita
  • 3 years ago

ଏଣିକି ଶନିବାର ଶ୍ରୀମନ୍ଦିର ଖୋଲା : ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ଏହାସହ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ More

  • Pallipuspa Samal
  • 3 years ago

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଆଳୁ ଲଚ୍ଛା ପରଟା’

ଘରେ ଆଳୁରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଆଳୁ ଲଚ୍ଛା ପରଟା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

  • Minati Mishra
  • 3 years ago

ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।   More

  • Minati Mishra
  • 3 years ago

ମୂର୍ତ୍ତି ଉଚ୍ଚତା ନେଇ ନିଷ୍ପତ୍ତି ହୋଇପାରିଲାନି, ୨ ଦିନ ସମୟ ନେଲେ ସରକାର

ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର। More

  • Prangyan Parimita
  • 3 years ago

ବାଦୁଡ଼ିଙ୍କ ଭୂସ୍ୱର୍ଗ ଲାପଟୁଆଁ-ବରାହିପୁର ଗାଁର ! ଲୁପ୍ତପ୍ରାୟ ପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲାପଟୁଆଁ-ବରାହିପୁର ଗାଁ । ପିଢ଼ି ପରେ ପିଢ଼ି ଏଠାରେ ସୁରକ୍ଷିତ ଜୀବନ ବିତାଉଛନ୍ତି ବାଦୁଡିମାନେ। ଗାଁର ଅନେକ ଗଛରେ ସେମାନେ ନିର୍ଭୟରେ ରୁହନ୍ତି । ଗାଁ ଲୋକଙ୍କ ବିଶ୍ଵାସ ଅନୁସାରେ ଗାଁରେ ବାଦୁଡ଼ିମାନେ ରହିବା ଦିନଠୁ ଗାଁ ଲୋକଙ୍କ ଉପରେ କାହାର କୁଦୃଷ୍ଟି ପଡୁନି । More

  • Minati Mishra
  • 3 years ago

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଚଲକି ପଞ୍ଚାୟତର ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ତାଙ୍କ ପୈତୃକ ଘର, ବାସଭବନ ଓ ଅଫିସ୍‌ରେ ଏକସଙ୍ଗେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ତାଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଥିଲା। ସେହି ଆଧାରରେ ଆଜି ଭିଜିଲାନ୍ସର ୪ଟି ଟିମ୍ ଚଢାଉ କରୁଛନ୍ତି ।

  • Minati Mishra
  • 3 years ago

ରେଢ଼ାଖୋଲ ସଂରକ୍ଷିତ ଜଂଗଲରେ ଏକର ଏକର ଗଛକଟା

    ରେଢ଼ାଖୋଲ:  ରେଢ଼ାଖୋଲ ସଂରକ୍ଷିତ ଜଂଗଲରେ ଏକର ଏକର ଗଛକଟା। ରାଜ୍ୟ ବାହାରୁ ଶହଶହ  ସଂଖ୍ୟାରେ ଅନୁପ୍ରବେଶକାରୀ ଆସି ମନଇଛା ଗଛ କାଟିବା ନେଇ ଖବର ପରେ ବନ ବିଭାଗର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୩୪ ଜଣ ଅନୁପ୍ରବେଶକାରୀଙ୍କୁ ଧରିବା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ବିଭାଗ। ରେଢାଖୋଲ ବନଖଣ୍ଡ , ବଡବାହାଲ ରେଂଜ, ଟାଲ ସଂକ୍ଷିତ ଜଂଗଲରେ ଗତ ଦୁଇ ଦିନ ହେବ ପ୍ରାୟ ୧୫୦ ଜଣ ଆସି ଜଂଗଲ ଭିତରେ ରହି ବାସଗୃହ ଓ ଜମି ତିଆରି ପାଇଁ ମୂଲ୍ୟବାନ ଗଛ ସବୁ କାଟି ପକାଉଥିଲେ। ଏହି ଖବର ପରେ ରେଢାଖୋଲ ବନଖଣ୍ଡ ଏସିଏଫଙ୍କ ନେତୃତ୍ୱରେ  ୫ଟି ରେଂଜର ଶତାଧିକ ବନକର୍ମଚାରୀ ଚଢାଉ କରିଥିଲେ॥ ଗଛକାଟିବା ସମୟରେ ୩୪ ଜଣଙ୍କୁ ଧରିବା ବେଳେ ଅନ୍ୟମାନେ ଫେରାର  ହୋଇଯାଇଥିଲେ। ସେମାନଙ୍କ ଠାରୁ ରୋଷେଇ ସାମଗ୍ରୀ, ଅସ୍ତ୍ରଶସ୍ତ୍ର , ଶୀକାର ପାଇଁ ଜାଲ ଏସବୁ ଜବତ କରାଯାଇଛି।

  • Minati Mishra
  • 3 years ago

ରାସ୍ତା ଜାମରେ ଫସିଲା ଆମ୍ବଲାନ୍ସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣି ବ୍ଲକ କୋଇଡ଼ା ମୁଖ୍ୟ ବଜାରରେ ପୁଣି ରାସ୍ତା ଜାମରେ ଫସିଲା ରୋଗୀ ଧରି ଯାଉଥିବା ଆମ୍ବଲାନ୍ସ। ଏକ ଆମ୍ବୁଲାନ୍ସ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରୋଗୀ ଧରି ଫେରୁଥିଲା। କିନ୍ତୁ ଉଭୟ ପଟୁ ଟ୍ରକ୍ ଗୁଡ଼ିକ ଫସିରହିଥିବାରୁ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା ସେହି ସ୍ଥାନରେ। ପ୍ରାୟ ଘଣ୍ଟାଏ କାଳ ଏଭଳି ଅବସ୍ଥାରେ ରହିଥିଲ।

  • Minati Mishra
  • 3 years ago

ବଢିଲା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା; ଗଠନ ହେଲା କୋଭିଡ ମନିଟରିଂ ସେଲ୍

ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ। ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି  । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି । More

  • Prangyan Parimita
  • 3 years ago

କେନ୍ଦୁଝରରେ ନାବାଳିକାର ସନ୍ଦେହଜନକ ମୃତ୍ୟୁକୁ ମାମଲା : ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା କରି ପ୍ରଶ୍ନ ଉଠାଇଲା ବିଜେପି

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପାରିପାର୍ଶିକ ସ୍ଥିତିରୁ ଏହା ଦୁଷ୍କର୍ମ ଏବଂ ହତ୍ୟା ବୋଲି କହିଛି ବିଜେପି । ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଏସପିଙ୍କୁ ଭେଟି ଏହି ଦାବି କରିଛନ୍ତି More

  • Minati Mishra
  • 3 years ago

୭୬୨ କରୋନା ସଂକ୍ରମିତଙ୍କ ମଧ୍ୟରୁ ପିଲା ବାହାରିଲେ ୧୦୨

ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। More

  • Minati Mishra
  • 3 years ago

ସ୍ୱତନ୍ତ୍ର ପ୍ରଜାତିର ମାଣ୍ଡା ମଇଁଷି; ଛୋଟ ହେଲେ ବି ଶକ୍ତିଶାଳୀ, କ୍ଷୀର ବି ଦିଅନ୍ତି ଅଧିକ

ଏମାନେ ଏକପ୍ରକାର ସ୍ୱତନ୍ତ୍ର ଧରଣର ମଇଁଷି। ଯେମିତି ଶକ୍ତିଶାଳୀ, ସେମିତି କାମିକା। ପାହାଡ଼ିଆ ଅଞ୍ଚଳରେ ଅଧିକ କାମ କରିପାରନ୍ତି। ଏମାନେ ହେଉଛନ୍ତି ମାଣ୍ଡା ମଇଁଷି More

  • Minati Mishra
  • 3 years ago

କ’ଣ ରହିଛି ଆଜିର ରାଶିଫଳ, ଜାଣନ୍ତୁ

କେମିତି କଟିବ ଆଜିର ରାଶିଫଳ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ’ଣ ଅଛି ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ? ଜାଣିନିଅନ୍ତୁ। More

  • Minati Mishra
  • 3 years ago

ଚଳିତ ବର୍ଷରୁ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା, ଆସିଲା ଗାଇଡଲାଇନ

ଣିକି ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା।  ଆଉ ଏଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ।   ନୂଆ ଢାଞ୍ଚାରେ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ମଙ୍ଗଳବାରଠାରୁ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। More

  • Chandan Shishu
  • 3 years ago

ବିଶିଷ୍ଟ କ୍ୟାନ୍‌ସର୍ ବିଶେଷଜ୍ଞ ଡାକ୍ତର ସଞ୍ଜୟ ପଣ୍ଡାଙ୍କ ପରଲୋକ

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ ଡାକ୍ତର ପଣ୍ଡା। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଵୋଲି ଆଇଏମଏ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। More

  • Chandan Shishu
  • 3 years ago

ପୂଜା ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବେ କି ସରକାର?

ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି। More

  • Chandan Shishu
  • 3 years ago

ନିୟମ ନମାନିଲେ ହେବ ଲକ୍‌ଡାଉନ୍‌: ନବୀନ

ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍‌ବେଗଜନକ ରହିଛି।    More

  • Chandan Shishu
  • 3 years ago

ପିଲାଙ୍କ ଭିତରେ ବଢ଼ୁଥିବା ସଂକ୍ରମଣ ପାଇଁ ଅଭିଭାବକ ଦାୟୀ: ସ୍ୱାସ୍ଥ୍ୟ ବିଭାଗ

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ  ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍‌ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି। More

  • Chandan Shishu
  • 3 years ago

ନାଳରୁ କଙ୍କଡା ଧରିଲେ ମିଳିବ ୫ ହଜାର ପୁରସ୍କାର !

କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।  More