Advertisment

ନିୟମ ନମାନିଲେ ହେବ ଲକ୍‌ଡାଉନ୍‌: ନବୀନ

ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍‌ବେଗଜନକ ରହିଛି।

author-image
Chandan Shishu
ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

CM Naveen Pattnaik

ଭୁବନେଶ୍ୱର: ଅବହେଳା ଦେଖିଲେ କିମ୍ବା କୋଭିଡ୍ ନିୟମ ପାଳନରେ ଅବହେଳା କଲେ ଲକ୍‌ଡାଉନ୍ ହେବ। ଏଭଳି ସତର୍କବାଣୀ ସହ ଚେତେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର କୋଭିଡ଼ ସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ସତର୍କବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ସମ୍ଭାବ୍ୟ ତୃତୀୟ ଲହରରୁ ନିରାପଦ ରହିବାକୁ ହେଲେ ନିୟମ ପାଳନ ଜରୁରୀ। ଏଥିରେ ସାମାନ୍ୟ ଅବହେଳା ବିପଦର କାରଣ ହୋଇପାରେ। ପିଲାମାନେ ଏଯାଏଁ ଟିକା ନେଇନାହାନ୍ତି, ସେମାନଙ୍କ ପାଇଁ ସତର୍କତା ଜରୁରୀ।

Advertisment

କୋଭିଡ଼ ନିୟମ ପାଳନରେ ଅବହେଳା ହେଲେ ଅନୁଷ୍ଠାନ ମୁଖ୍ୟ ଦାୟୀ ରହିବେ ବୋଲି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱତନ୍ତ୍ର ଟିମ୍ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଚାନକ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେବା ସହ ସବୁ ବର୍ଗର ଲୋକଙ୍କୁ ଡବଲ ଡୋଜ୍ ଟିକା ନିଶ୍ଚିତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାର୍ବଣ ସମୟରେ ଅଧିକ ସତର୍କ ରହିବାକୁ ସମସ୍ତଙ୍କୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍‌ବେଗଜନକ ରହିଛି।   

Advertisment
Odisha News CM Naveen Patnaik
Advertisment
Advertisment