Advertisment

ବଢିଲା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା; ଗଠନ ହେଲା କୋଭିଡ ମନିଟରିଂ ସେଲ୍

ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ। ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି  । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି
Covid Infection in school

Covid Infection in school

ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ବଢୁଛି ସଂକ୍ରମଣ। ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଖବର ସାମ୍ନାକୁ ଆସିବା ପରେ ପିଲାଙ୍କ ସୁରକ୍ଷାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଓସେପା ପକ୍ଷରୁ ଗଠନ କରାଯାଇଛି କୋଭିଡ ମନିଟରିଂ ସେଲ୍ ।  ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତଙ୍କୁ ମୁଖ୍ୟ କୋଭିଡ କଂପ୍ଲାଏନ୍ସ ଦାୟିତ୍ୱ ଦିଆଯାଇଥିବା ବେଳେ ଉପନିର୍ଦ୍ଦେଶିକା କଳ୍ପନା ହାଁସଦା ହୋଇଛନ୍ତି ସହକାରୀ କଂପ୍ଲାଏନ୍ସ ଅଫିସର  ।

Advertisment

ଜିଲ୍ଲାସ୍ତରରେ ମଧ୍ୟ କୋଭିଡ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି  । ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି  । ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି ଏସ୍‌ପିଡି ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି  ।

Advertisment

ସେହିପରି ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ SOP କଡ଼ାକଡ଼ି ପାଳନ ନେଇ  ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଛି। ରାଜ୍ୟର ସମସ୍ତ DEOମାନଙ୍କୁ ଚିଠି ଲେଖି SOP ନେଇ ସଚେତନ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ SOP ପାଳନ ନେଇ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। 

ନବମରୁ ଦ୍ୱାଦଶ ଶ୍ରେଣୀର  ପିଲାଙ୍କ ପାଇଁ  ଜାରି SOPର କଡ଼ା ଅନୁପାଳନ ନିର୍ଦ୍ଦେଶ ରହିଛି । ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ। ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି  । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି । ଏହାବ୍ୟତୀତ ଉଭୟ ଅନ୍‌ଲାଇନ କିମ୍ବା ଅଫଲାଇନରେ ପାଠ ପଢ଼ା ଜାରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଶିକ୍ଷାର୍ଥୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ ରହିଛି ।

ସୂଚନାଥାଉ କି, ରାଜ୍ୟରେ ଗତ ୩ ଦିନରେ ସଂକ୍ରମିତ ହେଲେଣି ୨ଟି ସ୍କୁଲର ୩୯ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ। ଢେଙ୍କାନାଳ କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀଙ୍କ ସହ ୬ ଜଣ ଶିକ୍ଷକ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍କୁଲ ଓ ହଷ୍ଟେଲକୁ ସପ୍ତାହେ ଲାଗି ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେପଟେ ବରଗଡ଼ର ଏକ ଘରୋଇ ଆବାସିକ ସ୍କୁଲରୁ ୩ ଦିନରେ କରୋନାରେ ୧୯ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲର ହଷ୍ଟେଲକୁ ବନ୍ଦ କରାଯାଇ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।

COVID-19 Odisha COVID-19 Update
Advertisment
Advertisment