Advertisment

Powerful Women: ଏହି ୧୦ ମହିଳାଙ୍କ ନିକଟରେ ରହିଛି କୁବେରଙ୍କ ଖଜାନା, ଶୀର୍ଷରେ ସାବିତ୍ରୀ ଜିନ୍ଦଲ

୧୫ ମହିଳା ଅରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଏକ ନମ୍ବର ସ୍ଥାନରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପାଖରେ ୩୪.୩ ବିଲିୟନ ଡଲାର ରହିଛି। ସାବିତ୍ରୀ ବିଶ୍ବର ତୃତୀୟ ଧନୀ ମହିଳା ରହିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
women

women

ନିକଟରେ ବିଶ୍ବର ସବୁଠାରୁ ଧନୀ ସହରର ତାଲିକା ପ୍ରକାଶ ପାଇଥିଲା। ଆମେରିକାର ନ୍ୟୁୟର୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲା। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ନ୍ୟୁୟର୍କ ସହରରେ ୩ ଲକ୍ଷ ୪୯ ହଜାର ୫୦୦ ଜଣ ଆରବପତି ରହିଛନ୍ତି। ଭାରତର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ଥିବା ବେଳେ ଗୌତମ ଅଦାନୀ ଦ୍ବିତୀୟରେ ଅଛନ୍ତି। ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଥିବା ବେଳେ ଭାରତୀୟ ଧନୀ ମହିଳାଙ୍କ ଟପ ଟେନ ତାଲିକା ଉପରେ ଏକ ନଜର।

Advertisment

ମହିଳା ବିଲେନିୟର ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ସେହିପରି ଭାରତ ଏହି ତାଲିକାରେ ୫ ନମ୍ବର ସ୍ଥାନରେ ରହିଛି । ଆମେରିକାରେ ୯୭ ଜଣ ମହିଳା ବିଲେନିୟର ରହିଛନ୍ତି। ୪୨ ଜଣ ମହିଳା ବିଲେନିୟରଙ୍କ ସହ ଚୀନ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଜର୍ମାନୀରେ ୨୨ ମହିଳା ବିଲେନିୟର ରହିଥିବା ବେଳେ ଏହି ଦେଶ ତୃତୀୟ ସ୍ଥାନରେ ରହିଛି। ୧୯ ମହିଳା ବିଲେନିୟରଙ୍କ ସହ ଇଟାଲୀ ଚତୁର୍ଥ ସ୍ଥାନରେ ଥିବା ବେଳେ ୧୫ ମହିଳା ଅରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଏକ ନମ୍ବର ସ୍ଥାନରେ ଥିବା ସାବିତ୍ରୀ ଜିନ୍ଦଲ ୩୪.୩ ବିଲିୟନ ଡଲାର ରହିଛି। ସାବିତ୍ରୀ ବିଶ୍ବର ତୃତୀୟ ଧନୀ ମହିଳା ରହିଛନ୍ତି।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ସାବିତ୍ରୀ ଜିନ୍ଦଲ- ସାବିତ୍ରୀ ଜିନ୍ଦଲଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୪.୩ ବିଲିୟନ ଡଲାର ବା ୩୪୩୦ କୋଟି। ସେ ଭାରତର ସବୁଠାରୁ ଧନୀ ମହିଳା। ୨୦୦୫ରେ ପତିଙ୍କ ମୃତ୍ୟୁ ପରେ ସାବିତ୍ରୀ ଜିନ୍ଦଲ ଗ୍ରୁପର ଦାୟିତ୍ବ ଗ୍ରହଣ କରିଥିଲେ।

Advertisment

ରେଖା ଝୁନଝୁନୱାଲା- ଭାରତର ଏକ ନମ୍ବର ଟ୍ରେଡର ରହିଥିବା ସ୍ବର୍ଗତ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲା ୮୦୦ କୋଟିର ମାଲିକାଣୀ।୨୦୨୨ରେ ରାକେଶଙ୍କ ମୃତ୍ୟୁ ପରେ ରେଖା ସମସ୍ତ ହୋଲ୍ଡିଙ୍ଗ ଶେୟାରର ମାଲିକାନା ହାସଲ କରିଥିଲେ।

ରେଣୁକା ଜଗତିୟାନି- ୟୁଏଇର ଲ୍ୟାଣ୍ଡମାର୍କ ଗ୍ରୁପର ସିଇଓ ରେଣୁକାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୫୬୦ କୋଟି ଟଙ୍କା। ଲ୍ୟାଣ୍ଡମାର୍କ ଗ୍ରୁପ ରିଟେଲ ଓ ହସ୍ପିଟାଲିଟି କ୍ଷେତ୍ରରେ ବିଶ୍ବର ଅନ୍ୟତମ ଅଗ୍ରଣୀ ସେବା ପ୍ରଦାନକାରୀ କମ୍ପାନୀ।

ବିନୋଦ ରାୟ ଗୁପ୍ତା- ଧନୀ ମହିଳାଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଅଛନ୍ତି ହେଭେଲ୍ସ ଇଣ୍ଡିଆ ମୁଖ୍ୟ ବିନୋଦ ରାୟ ଗୁପ୍ତା। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୪୭୦ କୋଟି ଟଙ୍କା ଥିବା ବେଳେ ୫୦ରୁ ଅଧିକ ଦେଶରେ ତାଙ୍କର ବ୍ୟବସାୟ ବ୍ୟାପ୍ତ।

ସ୍ମିତା କ୍ରିଷ୍ଣା ଗୋଦରେଜ- ଗୋଦରେଜ ପରିବାରର ସଦସ୍ୟ ସ୍ମିତା କ୍ରିଷ୍ଣା ଗୋଦରେଜଙ୍କ ସମ୍ପତ୍ତିର ମୂଲ୍ୟ ୩୫୦ କୋଟି ଟଙ୍କା। ଗୋଦରେଜ କମ୍ପାନୀରେ ତାଙ୍କର ୨୦ ପ୍ରତିଶତ ଅଂଶଧନ ରହିଛି। ସ୍ମିତା ମୁଖ୍ୟତଃ ରିୟଲ ଇଷ୍ଟେଟ ସହିତ ଜଡିତ ଅଛନ୍ତି।

କିରଣ ମଜୁମଦାର - ୧୯୭୮ରେ କିରଣ ମଜୁମଦାର ବାୟୋକନ ସ୍ଥାପନ କରିଥିଲେ। ବର୍ତ୍ତମାନ ତାଙ୍କର ସମୁଦାୟ ସମ୍ପତ୍ତିର ପରିମାଣ ୩୪୦ କୋଟି ଟଙ୍କା ରହିଛି। ବାୟୋକନ ଦ୍ବାରା ବିକଶିତ ଇନସୁଲିନ ପାଇଁ ସେ ବିଶ୍ବ ସ୍ତରରେ ପ୍ରସିଦ୍ଧି ହାସଲ କରିଛନ୍ତି।

ରାଧା ବେମ୍ବୁ- ଜୋହୋ କର୍ପୋରେସନର ମୁଖ୍ୟ ରାଧା ବେମ୍ବୁଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୩୨୦ କୋଟି। ଜୋହୋ ବ୍ୟତୀତ ୪୫ଟି ସଫ୍ଟୱେୟାରକୁ ନିୟନ୍ତ୍ରଣ କରିଥାନ୍ତି ରାଧା।

ଅନୁ ଆଘା- ସ୍ବାମୀଙ୍କ ମୃତ୍ୟୁ ପରେ ୧୯୯୬ ମସିହାରେ ଇଞ୍ଜିନିୟରିଙ୍ଗ କମ୍ପାନୀ ଥର୍ମେକ୍ସର ଦାୟିତ୍ବ ଗ୍ରହଣ କରିଥିଲେ ଅନୁ। ଏହି କମ୍ପାନୀକୁ ଭାରତର ଅନ୍ୟତମ ସଫଳ କମ୍ପାନୀ ଭାବରେ ଗଢି ତୋଳିବା ସହ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୧୦ କୋଟି ଟଙ୍କା ରହିଛି।

ଲୀନା ତିୱାରୀ- ଫାର୍ମା ଓ ବାୟୋଟେକ କମ୍ପାନୀ ୟୁଏସଭିର ସିଇଓ ଲୀନା ଗାନ୍ଧି ତିୱାରୀଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୧୦ କୋଟି ଟଙ୍କା। ୟୁଏସଭି ହୃଦରୋଗ ଓ ଡାଇବେଟିସ ଉପରେ ଔଷଧ ନିର୍ମାଣ କରିଥାଏ।

ଫାଲ୍ଗୁନୀ ନାୟାର- ଇନଭେଷ୍ଟମେଣ୍ଟ ବ୍ୟାଙ୍କର ରହିଥିବା ଫାଲ୍ଗୁନୀ ନାୟାର ପ୍ରସାଧନ ସାମଗ୍ରୀ କମ୍ପାନୀ ନାଇକା ସ୍ଥାପନ କରିଥିଲେ। ୨୦୨୧ରେ ଏହି କମ୍ପାନୀର ଆଇପିଓ ଲଞ୍ଚ ହୋଇଥିଲା। ଏହା ପରେ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୯୦ କୋଟି ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଚୀନ୍‌ କୋଟିପତିଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ

International Womens Day Savitri Jindal
Advertisment
Advertisment