• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dusmanta death case
ରାଜ୍ୟ ସରକାରଙ୍କୁ ଏସସିବିର ରିପୋର୍ଟ- ‘ଦୁଷ୍ମନ୍ତଙ୍କୁ ସବୁ ପ୍ରକାର ଚିକିତ୍ସା ଦିଆଯାଉଥିଲା’

ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।  ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି ।

Land Scam
ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Ganesh Puja
କୋଭିଡ ଗାଇଡଲାଇନ ଭିତରେ ଫିକା ଫିକା ଗଣେଶ ପୂଜା

ଆଜି ଗଣେଶପୂଜା। ହେଲେ ଆଗପରି ଆନନ୍ଦ, ଉଚ୍ଛ୍ୱାସ ନାହିଁ। ଫିକା ଫିକା ଲାଗୁଛି ଗଣେଶ ପୂଜା

CAG
ସିଏଜି ରିପୋର୍ଟ: ରାଜ୍ୟରେ ୩୮% ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି, ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି।

Puri Srimandir
ଆଜିଠାରୁ ତିନି ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଆଜିଠାରୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 10 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Friday, 10 September 2021
Mother Of dusmanta
ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଡାକି ନେଇଥିବା ଲୋକଟି କିଏ?

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

Odisha Assembly
ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା, ବିଧାନସଭାରେ ସଂକଳ୍ପ ପାରିତ

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ।

NIT Roulkela
ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି।

ଏସ୍‌. ଆପୋଲୋ ରାଜୁ
ଓଡିଶାର ଅଙ୍ଗନୱାଡି ସେଣ୍ଟରକୁ ଉଡାଇଦେବାକୁ ଆନ୍ଧ୍ରର ଧମକ !

ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।

Prashant Jagdev
ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ?

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।

MI Syndrone
ହାଲୁକା ଭାବେ ନିଅନ୍ତୁନି ଶିଶୁଙ୍କ ଠାରେ ଦେଖା ଦେଉଥିବା ୩ ଲକ୍ଷଣ

କୋଭିଡ୍ ସଂକ୍ରମଣ ପରେ ଏବେ ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି MI syndrome। ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ଲକ୍ଷଣ ଏବେ ଧିରେ ଧିରେ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ଏଥିରେ ପ୍ରଭାବିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ୍‌ରେ ଶିଶୁ ସଂକ୍ରମଣ ହାର ଏବେ ପ୍ରାୟ ୨୦ ପ୍ରତିଶତ ରହିଛି।

Kandarpur PS
ଅଶାନ୍ତ କନ୍ଦରପୁର: ଫୁଟୁଛି ଗୁଳି, ଚାଲୁଛି କଟୁରୀ!

କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି

heavy rainfall
୩ ଦିନ ଛେଚିବ, ୫୦ କିମି ବେଗରେ ବହିବ ପବନ !

ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୧୧ରୁ ୧୩ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ, ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୧୧ରୁ ୧୩ ତାରିଖ ଯାଏଁ ୟେଲୋ ୱାର୍ଣିଂ ଜାରି କରାଯାଇଛି।

Cyber Crime
ଜାମତରା ସାଇବର ଠକେଇ ଲିଙ୍କ୍‌ରେ ଓଡ଼ିଶାରୁ ୨ ଗିରଫ

ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍‌ଜେକ୍ସନ ବିଷୟରେ ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଟ୍ରାନାଜକ୍ସନ ବିଷୟରେ ଜାଣିପାରିଥିଲା ।

Police vs Public
ହେଲମେଟ୍‌ ଚେକିଂ ବେଳେ ମାଡ଼ମରା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଏସ୍‌ପି

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା।

Bichitrapur
ବିଚିତ୍ରପୁର ଇକୋ-ଟୁରିଜିମର ନିଆରା ଆକର୍ଷଣ : ଲୁଣାଜଙ୍ଗଲରେ ନାଲିକଙ୍କଡ଼ା ଦେଖିବା ସହ ସହ ବୋଟିଂର ମଜା ଉଠାନ୍ତି ପର୍ଯ୍ୟଟକ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ରହିଛି ଅନନ୍ୟ ଇକୋ ଟୁରିଜିମ୍‍ ବିଚିତ୍ରପୁରରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥାଏ । କିଛି ପର୍ଯ୍ୟଟନସ୍ଥଳୀକୁ କେବଳ ସମୁଦ୍ରର ମଜାନେବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ବିଚିତ୍ରପୁରରେ ମିଳେ ଡବଲ ମଜା । କାରଣ ଏଠାରେ ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ତେଣୁ ଏହି ମିଳନସ୍ଥଳୀରେ ମ୍ୟାନଗ୍ରୋଭ ଭଳି ସାମୁଦ୍ରିକ ଗଛ ମାନଙ୍କରେ ବିଦେଶୀ ପକ୍ଷୀ ଦେଖାଯାଆନ୍ତି ।

BJP Pressmeet
ମୁଖ୍ୟମନ୍ତ୍ରୀ ବିଧାନସଭାର ଗରିମାକୁ ହତ୍ୟା କରୁଛନ୍ତି: ବିଜେପି

୫ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବକୁ କଂଗ୍ରେସର ସହାୟତା ନେଇ କରେଇ ଦେଲେ ନାହିଁ ଶାସକ ଦଳ। ୫ଟି ମୁଲତବି ପ୍ରସ୍ତାବ ଆଣିଥିଲା ବିଜେପି, ମାତ୍ର କଂଗ୍ରେସ ବାଧକ ସାଜିଲା। କଂଗ୍ରେସ ହେଉଛି ବିଜୁ ଜନତା ଦଳର ବି ଟିମ୍ ବୋଲି ବିଜେପି କହିଛି। କାଲିଠୁ ଖଣି ଦୁର୍ନୀତି ଆସିଛି, ବାଚସ୍ପତି ଆଲୋଚନା ଅଗ୍ରାହ୍ୟ କରିଦେଲେ।

Andhra Pradesh govt
ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।

Prasant
ପ୍ରଶାନ୍ତଙ୍କ ପରେ ମନ୍ତ୍ରୀ ପ୍ରତାପଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ?

ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Police Arrest Couple
ନିଯୁକ୍ତି ନାଁରେ ଠକୁଥିଲେ ଦମ୍ପତି, ବାନ୍ଧିଲା ପୋଲିସ୍‌

ନିଯୁକ୍ତି ନାଁରେ ହଜାରେରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହେଲେ ଦମ୍ପତି। ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି। ଚିରଫ ଦମ୍ପତି ହେଲେ ରାଉରକେଲାର ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା। 

odisha's Khushi Yojana Reality Check
ବଣ୍ଟା ହୋଇପାରୁନି, ଗୋଦାମ ଘରେ ପଡ଼ି ପଡ଼ି ଖତ ଖାଉଛି ‘ଖୁସି’ ନାପ୍‌କିନ୍

ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍‌କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍ ବଣ୍ଟନ କରାଗଲା ।

Congress Leader Narasingha Mishra
ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ବିଜେଡି: କଂଗ୍ରେସ ନେତା ନରସିଂହ ମିଶ୍ର

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ କରୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

dushmanta
ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣା : ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ବିଜେପିର ସମାଲୋଚନା

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମାଲୋଚନା । ଦୁଷ୍ମନ୍ତ ବହୁବାର ସରକାରଙ୍କୁ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ତା’ର ଦୁଃଖ ଶୁଣିବାର ଆବଶ୍ୟକତା ଥିଲା

firing at cuttack
କଟକରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି

କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।