Advertisment

ନାଳରୁ କଙ୍କଡା ଧରିଲେ ମିଳିବ ୫ ହଜାର ପୁରସ୍କାର !

କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।

author-image
Chandan Shishu
Crab in Canal Competition

Crab in Canal Competition

ସମ୍ବଲପୁର: ସାହାସିକତା ତଥା ଆଡ୍‌ଭେନଚର୍‌ ଗେମ୍‌ ଆମେ ଅନେକ ଟିଭିରେ ଦେଖିଛେ। ଯେଉଁଠି ପ୍ରତିଯୋଗୀମାନେ ପ୍ରତି ମୁହୂର୍ତ୍ତରେ ବିପଦ ସମ୍ମୁଖୀନ ହୋଇଥାନ୍ତି। ଏପରିକି ଏହି ଗେମ୍‌ ଯେତିକି ଉତ୍କଣ୍ଠାପୂର୍ଣ୍ଣ, ତାଠୁ ଅଧିକ ବିପଦଜନକ। ସେମିତି ଏକ ଆଡ୍‌ଭେନ୍‌ଚର୍‌ ଗେମ୍‌ ଦେଖିବାକୁ ସମ୍ୱଲପୁରରେ। କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ।

Advertisment

ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। କିଛି ବର୍ଷ ତଳେ ଗାଁର ସଞ୍ଜୀବ ବିଶ୍ୱାଳ ନାମକ ଜଣେ ଯୁବକ ନୂଆଁଖାଇ ପୂର୍ବରୁ ଗାଁ ଲୋକଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଏହି ପରମ୍ପରା ଆରମ୍ଭ କରିଥିଲେ। ଆଉ ସେବେଠାରୁ ଗାଁରେ ଚାଲି ଆସିଛି କଙ୍କଡା ଧରା ପ୍ରତିଯୋଗିତା। ରବିବାର ହୋଇଥିବା ଏହି କଙ୍କଡାଧରା ପ୍ରତିଯୋଗିତାରେ କୟାକୁଦ ପଞ୍ଚାୟତ ଅଧୀନରେ ଥିବା ଗାଁର ଲୋକମାନେ ଭାଗ ନେଇଥିଲେ।

ପାଖରେ ଥିବ ନାଳରୁ ସମସ୍ତେ କଙ୍କଡା ଧରିଥିଲେ। ଆଉ ଘଣ୍ଟାକରେ ସବୁଠାରୁ ଅଧିକ କଙ୍କଡା ଧରିଥିବା କେଶବ ମିର୍ଦ୍ଧା ପ୍ରଥମ ସ୍ଥାନ ହାସଲ କରିଥିଲେ। ଶେଷରେ ସମସ୍ତେ ଏକାଠି ହୋଇ କଙ୍କଡ଼ା ଭୋଜି କରି ଖାଇଥିଲେ। 

Advertisment
Odisha News Adventure Sports
Advertisment
Advertisment