• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କେମିତି କଟିବ ଆଜିର ଦିନ ? କ’ଣ କହୁଛି ଆଜିର ରାଶିଫଳ, ଜାଣନ୍ତୁ

*ମେଷ : 
ଆଜି ଆପଣ ଘରେ ଲାଗିରହିଥିବା ଅଶାନ୍ତିକୁ ନେଇ ଚିନ୍ତିତ ଦୁଃଖିତ ହେବେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ। ମହିଳାମାନେ ଶୁଭ ଫଳ ପାଇବେ ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ

ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କରନ୍ତୁ

*ବୃଷ :
ଆଜି ଆପଣ ଆଶ୍ୱସ୍ତ ଲାଭ କରିବେ । ପୂର୍ବର ସମସ୍ୟା ଦୂର ହୋଇଯିବ । ମନରେ ଆଶା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ହେବ  । କୌଣସି ସଙ୍ଗଠନର ସଦସ୍ୟ ପାଇଁ ଆପଣଙ୍କୁ ମନୋନୀତ କରାଯିବ। ଦୟା କ୍ଷମା ସହନଶୀଳତା ପାଇଁ ପୁରସ୍କୃତ ହୋଇପାରନ୍ତି।
ପ୍ରତିକାର-: ଧଳାରଙ୍ଗର ରୁମାଲ ଟିଏ ବ୍ୟବହାର କରନ୍ତୁ

*ମିଥୁନ : 
ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ । କୋର୍ଟକଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ।  ଶତ୍ରୁ ପରାଜିତ ହେବେ ।  କର୍ମ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।
ପ୍ରତିକାର-: ଗଣେଶଙ୍କ ପାଖରେ ସାତଟି ରାଶି ଲଡୁ ଭୋଗ କରି ସାତ ଜଣ ପିଲାଙ୍କୁ ବାଣ୍ଟନ୍ତୁ

*କର୍କଟ : 
ଆଜି ଆପଣଙ୍କୁ କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ  । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ । ବିଜୟ ସୁନିଶ୍ଚିତ ମିଳିବ । ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।
ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

*ସିଂହ : 
ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ  । ପୂର୍ବର ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା। ସେଥିରେ ସଫଳତା ନିଶ୍ଚୟ ମିଳିବ।
ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ପ୍ରତିକାର-: ଓଁ ଘୃଣି ସୂଯର୍ୟାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

*କନ୍ୟା : 
ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ  ସାହାଯ୍ୟ  ସହଯୋଗର ହାତ ବଢ଼ାଇବେ । ନୂତନ ନିଯୁକ୍ତି ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ଶରୀର ସୁସ୍ଥ ରହିବ ସୁସ୍ୱାଦୁ ଭୋଜନ ମିଳିବ
ପ୍ରତିକାର-: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ ଥର ଜପ କରନ୍ତୁ

*ତୁଳା : 
ଆଜି ଆପଣଙ୍କ ପାଇଁ  ଦିନଟି ଖୁସିରେ କଟିବ। ପରିବାରରେ ଭାଇ ଭଉଣୀ, ସାଙ୍ଗ ସାଥି ସହିତ ଆଲୋଚନା କରି ଆଲୋଚନାକୁ ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । ସୁସ୍ୱାଦୁ ଭୋଜନ ମିଳିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ।
 ପ୍ରତିକାର-: ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

*ବିଛା : 
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନିଜ ଜୀବନ ସାଥୀ ସହ ହସ ଖୁସିରେ ଦିନଟି ଅତିବାହିତ କରିବେ । ସନ୍ତାନ ସନ୍ତତିମାନଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ମନ ଅଶାନ୍ତ ହୋଇପାରେ । ସାହାଯ୍ୟ ସହଯୋଗ ପାଇଥିବା ବ୍ୟକ୍ତିମାନେ ପରୋକ୍ଷରେ ବିରୋଧ କରିପାରନ୍ତି। ପ୍ରତିକାର-: ଶିବଲିଙ୍ଗରେ  ଓଁ ନମଃ ଶିବାୟ ମନ୍ତ୍ରରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଚଢାନ୍ତୁ

*ଧନୁ : 
ଆଜି ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା, ପାରିବାରିକ ବିଶୃଙ୍ଖଳା ଦେଖା ଦେଇପାରେ । ସତର୍କହୋଇ କାର୍ଯ୍ୟ କରନ୍ତୁ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ କମ୍ ମିଳିବ । ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।
ପ୍ରତିକାର-: ସାତଟି ପେଡା ହନୁମାନଙ୍କ ପାଖରେ ଭୋଗ କରନ୍ତୁ ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ

*ମକର : 
ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ଆୟ ବୃଦ୍ଧି ଘଟିବ । ମନ ପ୍ରସନ୍ନ ରହିବ। ଅନେକ ଦିନର ଆଶା ଅଭିଳାଷ ପୁରଣ ହେବ। କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦେହ ମନ ସୁସ୍ଥ ରହିବ
ପ୍ରତିକାର-: ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ

*କୁମ୍ଭ : 
ଆଜି ଆପଣ ସମସ୍ତ ଦିଗରେ ବିଜୟୀ ହେବେ। ସହଯୋଗୀଙ୍କର ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି । ମହିଳାମାନେ ସତର୍କତା ଅବଲମ୍ବନ କରନ୍ତୁ, ସାମାନ୍ୟ କଥାକୁ ନେଇ ଗୃହରେ ଅଶାନ୍ତି ଦେଖା ଦେଇପାରେ 
ପ୍ରତିକାର-: ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

*ମୀନ : 
ଆଜି ଆପଣ କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି ।ନିଜର ପ୍ରଚେଷ୍ଟା ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ  ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । ହଜିଯାଇଥିବା ଜିନିଷ ପତ୍ର ଅପରାହ୍ନରେ ପାଇ ଖୁସି ଅନୁଭବ କରିବେ । ଦେହ ମନ ସୁସ୍ଥ ରହିବବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ