ପ୍ରିୟାଂଶୀ ନାଥ । ବୟସ ମାତ୍ର ୨ ବର୍ଷ ୯ମାସ । ଏମିତି କୁନି ପିଲାଟିଏ ହୋଇଥିଲେ ମଧ୍ୟ ସେ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ୍ ଫର (ଇଂଲିଶ ଆଲଫାବେଟ୍) ନାଁ ନିର୍ଭୁଲ ଭାବରେ କହିପାରିଥିଲେ ।
ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ତା ୧୦ ରିଖ ରବିବାର । କନ୍ୟା ୨୪ ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଅନୁରାଧା ନକ୍ଷତ୍ର ।
ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି।
ଆସନ୍ତାକାଲି ମଣ୍ଡପରେ ମହାମାୟୀଙ୍କ ଷଷ୍ଠୀ ପୂଜା । ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ ଯାଏଁ ମାଆଙ୍କ ସମସ୍ତ ନୀତିକାନ୍ତିର ଲାଇଭ୍ ଟେଲିକାଷ୍ଟ କରାଯିବ
କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।
ବର୍ଷାରେ ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗରେ ଘନଉଥିବା ଘୂର୍ଣ୍ଣିବଳୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି।
କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ବସିଲାଣି। କେବଳ କେମିକାଲ୍ ନୁହେଁ କୋଇଲା ସଂକଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି। ଏମିତିକି ଚୀନରୁ କେମିକାଲ ଆସୁନଥିବାରୁ ଯାହା କେମିକାଲ ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ।
ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି।
ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।
ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।
ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ
ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା।
କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ।
ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍ ପେଜ୍ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି।
ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।
ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ ।
’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ । ମନଇଚ୍ଛା ବୁଲିଲେ ମାମୁଁଘର ଯିବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି ରେସିପି ନାଁ ହେଉଛି 'ବ୍ରେଡ଼ ଗୁଲାପ ଜାମୁନ୍ '। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି
ଅଚଳ ହୋଇ ପଡିଛି ପାଣି ପାଇପାଇପ୍ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦିଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ ।