ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ।
ଡାଉନ୍ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।
କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ଜନତାଙ୍କୁ ଆକ୍ତାମାକ୍ତା କରିଦେଲାଣି।
ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।
ପରିବାର ବୁଲିବାକୁ ଆସି ଅପରାହ୍ନରେ ଏହି ନଦୀକୂଳରେ ଗଧୋଉଥିଲେ। ସେ ଅନ୍ୟଦିନରେ ଏଠାକୁ ଆସନ୍ତି ନାହିଁ। ଆଜି ଗାଧୋଇବା ପାଇଁ ବାପ, ପୁଅ, ଝିଅ ଏଠାକୁ ଆସିଥିଲେ। ହେଲେ କୌଣସି କାରଣରୁ ଭାସି ଯାଇଥିଲେ।
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।
ଉପରେ ଚଢିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।
ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି।
ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି
ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ। ଜିଲ୍ଲାପାଳଙ୍କଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିସ୍ପତ୍ତି ନିଆଯାଇଛି। ସେପଟେ ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି।
ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।
କାଳ ହେଲା ସେଲଫି । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।
ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର । ସେ ବିନା ବିଦ୍ୟୁତରେ ଚାଲିପାରୁ ଥିବା ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି । କେବଳ ସାଇକେଲ ପ୍ୟାଡେଲ ମାରିଲେ କାର୍ଯ୍ୟକ୍ଷମ ହେବ ଓ୍ୱାସିଂ ମେସିନ୍ । ଏଭଳି ଓ୍ୱାସିଂ ମେସିନରେ ଲୁଗା ସଫା କଲେ ଶରୀର ମଧ୍ୟ ସୁସ୍ଥ ରହିବ । କାରଣ ସାଇକେଲ ପ୍ୟାଡଲ ମାରିଲା ବେଳେ ଶାରିରୀକ ପରିଶ୍ରମ ହେଉଥିବାରୁ ଶରୀର ମଧ୍ୟ ସୁସ୍ଥ ରହିବ ।
ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୪ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୧୬୯ ଜଣ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା
ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ
ଚିନ୍ତାରେ କଟକ ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ । ପାନ ଦର ମାନ୍ଦା ଥିବାରୁ ଏବେ ଚାଷୀ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି । ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣର ଦର ହୁ ହୁ ହୋଇ ବଢିଚାଲିଛି । ହେଲେ ପାନ ଦର ବଢୁନି । ତେଣୁ କିଛି ଚାଷୀଙ୍କ ବେଉସା ବୁଡିବାକୁ ବସିଲାଣି ।
ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।