ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ।
ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।
ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।
ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍ । ସମ୍ବଲପୁରରେ ଥିବା ପ୍ରାକୃତିକ ନାଳ ପୋତାଯାଇ ଚଳାଇଛନ୍ତି ବେଆଇନ ନିର୍ମାଣ ଏବଂ ପ୍ଲଟିଂ କାମ । ପ୍ରଶାସନର ନାକ ତଳେ ଏ ସବୁ ଚାଲିଥିଲେ ମଧ୍ୟ ଚୁପ୍ ବସିଛନ୍ତି ସରକାରୀ ବାବୁ ।
ଚର୍ଚ୍ଚାରେ ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର।
ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ।
ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଜୁ ବର୍ଫି’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
୨୪ ଘଣ୍ଟାରେ ରାଜ୍ୟରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୭୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୬ ରହିଛି।
କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଜନ୍ମଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ। ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ଥିବା କହିଛନ୍ତି ନବୀନ। ଏହାସହ କୋଭିଡ୍ ଯୋଗୁଁ ଦେଢ଼ ବର୍ଷ ହେଲା କଠିନ ସମୟ ଦେଇ ଗତି କରୁଛୁ। ତେଣୁ କାଲି ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।
ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍ଲାଇନ୍ରେ ମୋଡ୍ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି?
ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ।
ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।
ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍ପି ରାସ୍ତା ପ୍ରସ୍ତୁତ କରିଛନ୍ତି।
ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।
ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି।
ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ eନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍ଲାଇନ୍ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ।
କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।
ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର।
କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ ?