Advertisment

“ପାର୍ବଣରେ ବ୍ୟତିକ୍ରମ, ସଂକ୍ରମଣ ବଢିବାର ହେବ କାରଣ”

ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Corona

Corona

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି। ପୂଜା ସମୟରେ ଟିକିଏ ବ୍ୟତିକ୍ରମ ହେଲେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ରହିଛି। ପୂଜା ବେଳେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ରହୁଛି ତାହାର ଦୈନିକ ସମୀକ୍ଷା କରାଯିବ। ଏପଟେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅୋବର ୫ରେ ଦୈନିକ ସଂକ୍ରମଣ ୫ଶହ ତଳେ ଅର୍ଥାତ୍ ୪୫୩ ଥିଲା। ହେଲେ ୬ ତାରିଖ ପରଠୁ ପୁଣି ୫ଶହ ପାର୍ ଟ୍ରେଣ୍ଡ ଜାରି ରହିଛି। ୬ ରେ ୫୯୩ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୭ରେ ୫୮୨, ୮ରେ ୫୨୪ ଓ ୯ରେ ୫୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ତେଣୁ ଏଭଳି ସ୍ଥିତିରେ ପାର୍ବଣକୁ ନେଇ ବଢିଛି ଚିନ୍ତା। ଏପଟେ ଦୈନିକ ସଂକ୍ରମଣରେ ୨ଶହ ତଳକୁ ଆଦୌ ଖସୁନି ଖୋର୍ଦ୍ଧା ଜିଲ୍ଲା। ଯାହାକୁ ନେଇ ଚିନ୍ତା ବଢିଛି। ତେଣୁ ଏଭଳି ସ୍ଥିତିରେ କଟକ ଓ ଭୁବନେଶ୍ୱର ଉପରେ ଅଧିକ ଫୋକସ୍ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ମୁଣ୍ଡ ଉପରେ ଦୁର୍ଗା ପୂଜା। ଯଦିଓ ମଣ୍ଡପରେ ଦର୍ଶନ କଟକଣା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଲାଗି ସାରିଛି, ତେବେ କିଣାକିଣି ପାଇଁ ମଲ୍ ଓ ଦୋକାନରେ ଭିଡ଼ ଲାଗିଲାଣି। ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଓ କୋଭିଡ୍ ନିୟମ ପାଳନ ଅଧିକ ଜରୁରୀ ହୋଇ ପଡ଼ିଛି। ସେପଟେ ଆସନ୍ତା ୧୧ ତାରିଖ ଅର୍ଥାତ ସୋମବାରଠୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ୍ ସିଟିରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ରାତି ୮ଟା ପରେ ଯେପରି କଟକଣାକୁ କଡ଼ାକଡ଼ି ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ତାସହ ଦୁର୍ଗାପୂଜା ବେଳେ ସର୍ତକ ରହିବାକୁ ଟ୍ୱିନସିଟି ବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର।

ପୂଜା ଉତ୍ସବ ବେଳେ ଢିଲାପଣ ନକରିବାକୁ ଗତ ୨୮ ତାରିଖରେ ଚିଠି ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଅବଗତ କରିଥିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା। ଯେଉଁଥିରେ ଧାର୍ମିକ ଉତ୍ସବ ସମୟରେ ଲୋକଙ୍କ ଏକତ୍ରୀକରଣ ରୋକିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି।

Odisha Coronavirus COVID19 Durga Puja 2021
Advertisment
Advertisment