• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Journalist Navin Das Son
ମିଳିଲା ମନୀଷଙ୍କୁ ସାଉଥ ସିଟି ନେଇଥିବା କାର୍‌, ଜଣେ ଅଟକ

ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌ ନେଇଥିବା କାର୍‌ର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି।

DMET Cbk Mohanty
ପାର୍ବଣ ପରେ ପାଳିବା, ପ୍ରଥମେ ଜୀବନ ବଞ୍ଚୁ: ଡିଏମ୍‌ଇଟି

କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା। 

Orissa High Court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ।

 Maa Tara Tarini temple
ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତାରାତାରିଣୀ ପୀଠର ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

'Rice Rasmalai' Recipe
ଦୂର୍ଗାପୂଜାରେ ଘରେ ବନାନ୍ତୁ 'ଚାଉଳ ରସମଲାଇ'

ଦୂର୍ଗାପୂଜାରେ ମାଆଙ୍କ ନିକଟରେ ଲାଗିଥାଏ ଭଳି ଭଳିକି ଭୋଗ । ଆପଣ ଘରେ ବିଭିନ୍ନ ମିଠାର ରେସିପି ତିଆରି କରି ମାଆଙ୍କ ନିକଟରେ ଭୋଗ ଲଗାଇ ପାରିବେ । ଆଗରୁ ଆପଣ ଛେନାରେ ପ୍ରସ୍ତୁତ ରସମଲାଇ ଖାଇଥିବେ । କେବେ ଚାଉଳରେ ପ୍ରସ୍ତୁତ ରସମଲାଇ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଏକ ମିଠାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ରସମଲାଇ’ ।

କେନ୍ଦୁଝର ବିଧାୟକ ମୋହନ ମାଝୀ
ବୋମାମାଡ଼ ପଛରେ ଥାଇପାରେ ବିଜେଡି ନେତାଙ୍କ ହାତ: ମୋହନ ମାଝୀ

ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ବିଧାୟକ ସନ୍ଦେହ କରିଛନ୍ତି।

Maoists Gunned Down
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ୩ ମାଓବାଦୀ ନିହତ

ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଏହି ଗୁଳି ବିନିମୟ ଘଟିଛି।

Municipal Election
ପୌର ନିର୍ବାଚନ ନେଇ ଫିଟିଲା ବାଟ, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନ୍‌ରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ୍‌ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।

4 Awarded Life Imprisonment
ବଧୂହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ମାମଲାରେ ଯାଜପୁର ଜିଲ୍ଲା ଦୌରାଜଜ୍ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୋହୂକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

A Bamboo Bridge Is Only Hope For This Odisha Village
ରାସ୍ତା ଖଣ୍ଡେ ପାଇଁ ଅସହ୍ୟ ଯନ୍ତ୍ରଣା ସହୁଛନ୍ତି ଲୋକେ, ସାହା ଭରସା ଏବେ ବାଉଁଶ ପୋଲ

ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । କଲଭର୍ଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସମ୍ପୁର୍ଣ୍ଣ ରାସ୍ତାକୁ ନେଇ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଧ୍ୟ ହେଇ ବାଉଁଶର ପୋଲ ଉପରେ ଗାଁ ଲୋକମାନେ ନିର୍ଭର କରି ରହିଛନ୍ତି ।

covid situation in odisha
ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।  

Water Pipeline Burst In Cuttack
ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି, ଆତଙ୍କିତ ଲୋକେ

ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୫ ଦିନ ମଧ୍ୟରେ କଟକରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା।

No Road To Village
ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ: ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ

ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା। ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍‌ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା।

Maha Saptami Of Goddess Durga
ଆଜି ମଣ୍ଡପରେ ମହାମାୟାଙ୍କ ମହା ସପ୍ତମୀ ପୂଜା, ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Tuesday, 12 October 2021
Bhubaneswar
ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ରାଜଧାନୀରେ ପୁଣି ଥରେ ଆତଙ୍କରାଜ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଆଜି ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବାଇକ୍ ଆରୋହୀଙ୍କୁ ୧୦ରୁ ଉର୍ଦ୍ଧ୍ୱ ଯୁବକ ଘେରି ଯାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ୍।

Student
ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିକୁ ନେଇ ଉଠିଲା ପ୍ରଶ୍ନ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡୁନି ବିବାଦ । ଏବେ ପିଲାଙ୍କ ଭିତରେ ନୂଆ ପରୀକ୍ଷା ନୀତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢିବାରେ ଲାଗିଛି । ଆଶଙ୍କା ଏହା ଯେ ଏନେଇ ଘରୋଇ କଲେଜର ପିଲା ଅଧିକ ମାର୍କ ପାଇଯିବେ ।

Durga Puja
କରୋନା ପାଇଁ ଫିକା ଫିକା ପୂଜା, ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା।

ATM LOOT
୪୦ ମିନିଟ୍‌ର ବାଗୁଡ଼ି ଖେଳ ପରେ ଧରାପଡ଼ିଲେ ଲୁଟେରା

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

Journalist Navin Das
"ଭୋଜି ପାଇଁ ଡାକି ନେଇ ସାଙ୍ଗ କରିଛନ୍ତି ହତ୍ୟା"

ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି। ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ଆଜି ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବାପା ନବୀନ ଦାସ

Corona
"ଭିଡ଼ ଜମାଇଲେ, ବଢିବ କରୋନା"

ଜୀବନ ଆଗ, ପାର୍ବଣ ପଛ। ରାଜ୍ୟର ମୋଟ୍ ଦୈନିକ ସଂକ୍ରମଣରୁ ପ୍ରାୟ ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କୁ ଏଭଳି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତାସହ ବଜାର-ଘାଟରେ ଯଥାସମ୍ଭବ ଭିଡ଼ ଏଡ଼ାଇବା ସହ କୋଭିଡ୍ ନିୟମ ମାନିବାକୁ କହିଛି।

TRUCK DRIVER
ବାପା ଟ୍ରକ୍‌ ଚଲାଉଥିଲେ, ପୁଅ OAS ପାଇଲେ

ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।

ATM LOOT
ଲୁଟ୍‌ କରି ପଳାଉଥିଲେ, ଅଧା ରାସ୍ତାରେ ମାଡ଼ି ବସି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଉଦ୍ଧାର କଲା ପୋଲିସ

ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।

Mohan Majhi
ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ରେ ଘଟଣାରେ କେବେ ଧରାପଡ଼ିବେ ଦୁର୍ବୃତ୍ତ?

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଛି

NABIN DAS
ମନିଷଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ବାପା ନବୀନ ଦାସ

ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ ।