• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Durga Puja 2021

Puri Srimandir
ଆଜି ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି

paralakhemundi temple
ଏଠି ବର୍ଷରେ ଥରେ ଖୋଲେ ପୀଠ

ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟ ଏକ ମନ୍ଦିରରେ ଦଣ୍ଡମା ବା ଦାଣ୍ଡୁଲମା ଠାକୁରାଣୀ ମନ୍ଦିରରେ ଏକ ଉଇ ହୁଙ୍କାରେ ମାଆ ପୂଜା ପାଆନ୍ତି..ଦଶହରା ବେଳେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି.. ନଅ ଦିନ ପୂଜାର୍ଚ୍ଚନା ପରେ ପୁଣି ବନ୍ଦ କରିଦିଆଯାଏ.. ବର୍ଷକୁ ଥରେ ନବରାତ୍ର ସମୟରେ ହିଁ ଦଣ୍ଡମା ଠାକୁରାଣୀ ପୀଠ ଖୋଲାଯାଏ

Maha Saptami Of Goddess Durga
ଆଜି ମଣ୍ଡପରେ ମହାମାୟାଙ୍କ ମହା ସପ୍ତମୀ ପୂଜା, ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।

Durga Puja
କରୋନା ପାଇଁ ଫିକା ଫିକା ପୂଜା, ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା।

ଫିକା ଫିକା ପୂଜା ପ୍ରସ୍ତୁତି
କାଲି ମହାମାୟୀଙ୍କ ଷଷ୍ଠୀ ପୂଜା, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଆସନ୍ତାକାଲି ମଣ୍ଡପରେ ମହାମାୟୀଙ୍କ ଷଷ୍ଠୀ ପୂଜା । ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ ଯାଏଁ ମାଆଙ୍କ ସମସ୍ତ ନୀତିକାନ୍ତିର ଲାଇଭ୍ ଟେଲିକାଷ୍ଟ କରାଯିବ

heavy rain
ପାର୍ବଣରେ ଛେଚିବ ଲଘୁଚାପ ବର୍ଷା

ବର୍ଷାରେ ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗରେ ଘନଉଥିବା ଘୂର୍ଣ୍ଣିବଳୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Corona
“ପାର୍ବଣରେ ବ୍ୟତିକ୍ରମ, ସଂକ୍ରମଣ ବଢିବାର ହେବ କାରଣ”

ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି।

Odisha Preps-Up For Durga Puja
ଆଜିଠୁ ମାଆଙ୍କ ମୂର୍ତ୍ତିରେ ଆରମ୍ଭ ହେବ ରଙ୍ଗ କାମ

ଆରମ୍ଭ ହେଲା ମାଆଙ୍କ ନବରାତ୍ର ପୂଜା,କରୋନା କଟକଣା ଭିତରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି । ଆଜିଠୁ ମାଆଙ୍କ ମୂର୍ତ୍ତିରେ ଆରମ୍ଭ ହେବ ରଙ୍ଗ କାମ

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

durga puja idol
ପୂଜାରେ ଗୀତ ଓ ନାଚ ବନ୍ଦ: ପରିବାର ଚଳାଇବା ଚିନ୍ତାରେ କଳାକାର

ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ

Biraja Ratha
ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି