• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Successful farmer
ସ୍ୱତନ୍ତ୍ର ପରିଚୟ ଦେଇଛି ଜିଆ ଖତ ଚାଷ, ଅଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର କରୁଛନ୍ତି ଦାମୋଦର

ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି, ସେଥିରୁ ରକ୍ଷା ପାଇବା ସହ ସଫଳ ହୋଇଛନ୍ତି ଜିଆ ଖତ ଜାଷୀ ଦାମୋଦର ।

EOW arrests a LIC agent of Puri  for swindling money
ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ୨୦୦୩ରୁ ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ ହଡ଼ପ କରିନେଉଥିଲେ ।

  • Thursday, 07 October 2021
Nabarangpur
ବିଶ୍ୱାସ ନା ଅନ୍ଧବିଶ୍ୱାସ ? ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା, ସ୍ୱପ୍ନାଦେଶ ପରେ ଜଙ୍ଗଲ ଭିତରେ ତପସ୍ୟାରେ ବସିଛନ୍ତି ମହିଳା

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା

Coronavirus
ତଳମୁହାଁ ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟାରେ ୫୮୨ ସଂକ୍ରମିତ ଚିହ୍ନଟ, ୭ ମୃତ

ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

onion
ରାଜ୍ୟରେ ପିଆଜ ଦର ଅଣାୟତ୍ତ : ଦୁଇ ଦିନ ଭିତରେ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି

ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ

MLA Byomkesh Ray
ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ, ଚାନ୍ଦବାଲି ବିଧାୟକଙ୍କ ଗାଡ଼ି ଉପରେ ଫାଇନ୍‌

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ କରିବା। ଟ୍ରାଫିକ ନିୟମ ଉଲ୍ଲଂଘନ ଓ ନୋ ପାର୍କିଂ ଜୋନ୍‌ ଭିତରେ ବିଧାୟକଙ୍କ ଚାରି ଚକିଆ ଯାନ ପଶିବାରୁ ପୁରୀ ଟ୍ରାଫିକ ପୋଲିସ ୨,୦୦୦ଟଙ୍କା ଫାଇନ୍‌ କାଟିଛି।

toy train
୭ ବର୍ଷ ପରେ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ : ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ

ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ ।

hanging death
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 07 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 07 October 2021
deadbody5
ବିଜୁଳି ନେଲା ଜୀବନ, କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା

Petrol Rate
ତୈଳଦର ବୃଦ୍ଧି, ଧୀବରଙ୍କ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି

ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।

Corona
କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି

heavy rain
ପୁଣି ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Third gender
ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

Ranendra-Pratap-Swain
‘ପେଟ୍ରୋଲ ଦରକୁ ପଲିଟିକାଲ ଟୁଲ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି ।

Containment Zone Back In Bhubaneswar
ପୁଣି ଭୁବନେଶ୍ୱରରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି।

DRDO Espionage Pakistan link surfaces
ପାକିସ୍ତାନରୁ ଅପରେଟ୍‌ ହେଉଥିଲା ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ, ଏବେ ବି ଚାଲିଛି ରହସ୍ୟମୟୀଙ୍କ ଚାଟିଂ!

DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।

Eviction Drive
କାହାର ବଢିଲା ଝିଅ, କାହା କୋଳରେ ଛୋଟ ଛୁଆ : ଉଚ୍ଛେଦ ପରେ କୁଆଡ଼େ ଯିବେ ବସ୍ତିବାସିନ୍ଦା?

ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟରେ ଥିବା ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନରଙ୍କ ନେତୃତ୍ୱରେ, ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଭଙ୍ଗାଯାଇଛି ଘର । ମାତ୍ର ୫ ଦିନ ତଳେ ନୋଟିସ୍ ଦେଇ ପ୍ରଶାସନ ଘର ଭାଙ୍ଗୁଥିବାରୁ ପ୍ରଥମେ ଥଇଥାନ କରି ପରେ ଭାଙ୍ଗିବାକୁ ନେହୁରା ହୋଇଥିଲେ ବସ୍ତି ବାସିନ୍ଦା । ହେଲେ ପ୍ରଶାସନ ନଶୁଣି ବୁଲଡୋଜର ଚଳାଇଥିଲା ।

rotten eggs
କଟକରୁ ଜବତ ହେଲା ୧୦ ପେଟି ପଚା ଅଣ୍ଡା  

ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି  ଜବତ ହୋଇଛି  ।

Usasi Misra
ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା

ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। RTPCR ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଉଷଶି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

mumbai-cruise-drugs-bust-
’ପୁଅ ଠାରୁ ଜବତ ହୋଇଛି ମାତ୍ର ୨.୪ ଗ୍ରାମ ଗଂଜେଇ, ହାଇଲାଇଟ୍ ହେଲାଭଳି କୌଣସି ଅପରାଧ କରିନି ’

ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ ।

Horoscope Today
Daily Horoscope, 6 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ୬ ରିଖ ବୁଧବାର । କନ୍ୟା ୨୦ ଦିନ, ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ହସ୍ତା ନକ୍ଷତ୍ର । ଆଜିର ନିଷେଧ ଖାଦ୍ୟ: ଆମିଷ । ଆଜି ମହାଳୟା ଶ୍ରାଦ୍ଧ ଓ ନବରାତ୍ରୀ ପୂଜାରମ୍ଭ ।

BMC Restricts 'Mahalaya' Celebration
ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ

ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ।

coruption
ଜଳେଶ୍ୱରରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : କାମ ନହୋଇ ଉଠାଯାଇଛି ପ୍ରାୟ ୩୫ ଲକ୍ଷ ଟଙ୍କା

ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି ।