ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍ ଭଳି ଥିଲା । ଦେଶରେ ସବୁଠଉ ଶସ୍ତା କାର ଭାବେ ବେଶ୍ ଚର୍ଚ୍ଚିତ ଥିଲା ନାନୋ ।
ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି ।
ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍ସିଡି ବ୍ୟବସ୍ଥା ।
ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।