Advertisment

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ : ୧୯୦ଜଣ ବୈଜ୍ଞାନିକଙ୍କ ମଧ୍ୟରେ ୩ୟ ସ୍ଥାନ ଅଧିକାର କଲେ କଟକର ସିଦ୍ଧାନ୍ତ

କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Go Green Summit

Go Green Summit

ସାଲେପୁର(ମନୋଜ୍) : ଆଦିମ ଅଧିବାସୀଙ୍କ ପାରମ୍ପରିକ ଚାଷ ପ୍ରଣାଳୀ ଉପରେ ଯୁବ ଓଡ଼ିଆ ବୈଜ୍ଞାନିକ ସିଦ୍ଧାର୍ଥ ବିଷୋୟୀଙ୍କ ଦ୍ୱାରା ଲିଖିତ ନିବନ୍ଧ ବିଶ୍ୱ ବୈଜ୍ଞାନିକଙ୍କୁ ଚକିତ କରିଛି । ତାଙ୍କର ଏହି ନିବନ୍ଧ ପାଇଁ ୧୯୦ ଜଣ ବୈଜ୍ଞାନିକଙ୍କୁ ପଛରେ ପକାଇ ସେ ତୃତୀୟ ସ୍ଥାନ ହାସଲ କରିପାରିଛନ୍ତି । କଟକର ଯୁବ ବୈଜ୍ଞାନିକ ସିଦ୍ଧାନ୍ତ ଶେଖର ବିଶୋଇ ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିଛନ୍ତି । ସ୍ଵଳ୍ପ ବୟସରେ ତାଙ୍କର ଗବେଷଣାତ୍ମକ ଦୁଇଟି ବହି ଓ ଲେଖ ଆଜି ତାଙ୍କୁ ବିଶ୍ଵର ସର୍ବ କନିଷ୍ଠ ବୈଜ୍ଞାନିକ ଭାବରେ ପରିଚିତ କରିପାରିଛି।

Advertisment

କଟକ ଜିଲ୍ଲା କିଶନନଗର ସାମନ୍ତରାପୁର ଗାଁର ଯୁବ ବୈଜ୍ଞାନିକ ସିଦ୍ଧାନ୍ତ ଶେଖର ବିଶୋଇ । ଉଦ୍ଭିଦ ବିଜ୍ଞାନରେ ଏମଫିଲଡ଼ ସାରି ଏବେ ପିଏଚଡ଼ି କରୁଛନ୍ତି । green education ଓ wild food education ନାମରେ ଦୁଇଟି ଗବେଷଣାତ୍ମକ ବହି ମଧ୍ୟ ଲେଖିଛନ୍ତି । କୋରାପୁଟ ଆଦିବାସୀ ଅଧ୍ୟୁଷିତ କୋରାପୁଟରେ ଦୀର୍ଘ ବର୍ଷ ଧରି ପାରମ୍ପାରିକ ପ୍ରାକୃତିକ ଚାଷବାସ ଉପରେ ଗବେଷଣା କରି ସନ୍ଦର୍ଭ ଲେଖି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏଥିପାଇଁ ସୁଦୂର ଫିଲିପାଇନ୍ସରେ ହୋଇଥିବା ଏକ ପ୍ରତିଯୋଗିତା ' ସପ୍ତମ ଗୋ ଗ୍ରୀନ ସମ୍ମିଟ 'ରେ ବିଶ୍ଵରେ ବଚ୍ଛା ବଚ୍ଛା ୧୯୦ଜଣ ବୈଜ୍ଞାନିକଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରି ଆମ ଦେଶ ପାଇଁ ଗୈରବ ଆଣିପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଗାଇଡ଼ ଓ ପିତାମାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

ସିଦ୍ଧାନ୍ତ ପିଲାବେଳୁ ହିଁ ପ୍ରକୃତି ପ୍ରତି ବେଶ୍ ଆକର୍ଷିତ ଥିଲେ । ଓଡ଼ିଆ ଆଦିବାସୀଙ୍କ ଜୀବନ ଶୈଳୀ, ପାରମ୍ପରିକ ଚାଷ, ର୍ଶ୍ତ୍ତିକା ସଂରକ୍ଷଣ, ଜଳସେଚନ ପଦ୍ଧତି ,ପୁରାତନ ବିହନ ସଂରକ୍ଷଣ, ଚିକିତ୍ସା ପଦ୍ଧତି ଉପରେ ଗବେଷଣା କରି ସେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି । ଆଗକୁ ଆହୁରି ଗବେଷଣା କରି ସମଗ୍ର ବିଶ୍ଵକୁ ଚମକେଇ ଦେବା ଭଳି ତଥ୍ୟ ଆଣିବେ ବୋଲି କହିଛନ୍ତି ସେ । ଅନ୍ୟପଟେ ତାଙ୍କର ଏହି ସଫଳତାରେ ସବୁ ଗାଁଲୋକେ ମଧ୍ୟ ବେଶ ଗର୍ବିତ ଓ ଖୁସି ଥିବାର କହିଛନ୍ତି।

Special Story Go Green Summit
Advertisment
Advertisment