/odishatv-khabar/media/post_attachments/uploadimage/library/16_9/16_9_0/rasananda_1636336907.jpg)
rasananda
ଦେବଗଡ(ସିଦ୍ଧାର୍ଥ ଗୁରୁ) : ଅବସର ନେବାର ୧୦ ବର୍ଷ ବିତି ଗଲାଣି। ହେଲେ ମିଳୁନି ପେନସନ। ଟଙ୍କା ନଥିବାରୁ ବୃଦ୍ଧ ଅବସ୍ଥାରେ ଖାଇବା ପିଇବା ହୋଇ ପଡିଛି କଷ୍ଟକର। ପକ୍ଷାଘାତ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ ବି ଔଷଧ କିଣିବାକୁ ମିଳୁନି ପଇସା। ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ଦେବଗଡ ଜିଲ୍ଲା ପୁରୁଣାପାଣି ଗାଁର ରସାନନ୍ଦ କାଲୋ।
ସମ୍ବଲପୁର ଭାରତୀୟ ଖାଦ୍ୟ ନିଗମରେ କାମ କରୁଥିଲେ ରସାନନ୍ଦ। ଗତ ୨୦୧୧ ଏପ୍ରିଲ ୩୦ ତାରିଖରୁ ସେ ଅବସର ନେଇ ସାରିଲେଣି। ହେଲେ ଆଜି ଯାଏଁ ରସାନନ୍ଦଙ୍କୁ ପେନସନ ଟଙ୍କା ମିଳୁନି। ଆଜିକୁ ପ୍ରାୟ ୧୦ ବର୍ଷ ହେବ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚାକିରି କାଳରେ ଯାହା ସଂଚୟ କରି ରଖିଥିଲେ ପ୍ରତି ମାସର ଚିକିତ୍ସାରେ ତାହା ଖର୍ଚ୍ଚ ହୋଇ ସାରିଲାଣି।
ପେନସନ ଟଙ୍କା ମିଳୁନଥିବା ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ରସାନନ୍ଦ। ଆଖିରୁ ଅନବରତ ଝରୁଛି ଲୁହ ଓ ପାଟିରୁ ଆଦୌ କଥା ବାହାରୁନି। ଏବେ ପକ୍ଷାଘାତ ରୋଗର ଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ପାଇବାର କଷ୍ଟ। ରସାନନ୍ଦଙ୍କ ସମସ୍ୟା ସଂପର୍କରେ ଏଫସିଆଇ ଅଧିକାରୀ ଜାଣି ଥିଲେ ବି ପେନସନ ମିଳିବାରେ କାହିଁକି ବିଳମ୍ୱ ହେଉଛି ତାହା ଜଣା ପଡୁନି। ଏମିତିକି ଅନେକ ବାର ପରିବାର ଲୋକେ ସମ୍ବଲପୁର ଡିଭିଜନ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରିଥିଲେ ବି କିଛି ଲାଭ ହୋଇ ନାହିଁ।
Also Read
ତେବେ ରସାନନ୍ଦଙ୍କ ସମସ୍ୟା ସଂପର୍କରେ ସମ୍ବଲପୁର ଏଫ୍ସିଆଇ ଡିଭିଜନ ମ୍ୟାନେଜରଙ୍କୁ ପଚାରିବାକୁ ସେ କହିଛନ୍ତି, ଏଭଳି ହେବା କଥା ନୁହେଁ। ଯଦି କିଛି ସମସ୍ୟା ରହିଥାଏ, ପରିବାର ଲୋକ ଯୋଗାଯୋଗ କଲେ, ତୁରନ୍ତ ସମାଧାନ କରାଯିବ। ପେନସନ ଟଙ୍କା ମିଳୁ ନ ଥିବାରୁ ଧାର କରଜରେ ବୁଡି ଗଲେଣି ରସାନନ୍ଦଙ୍କ ପରିବାର। ତୁରନ୍ତ ପେନସନ ଟଙ୍କା ମିଳିଲେ ଭଲ ଭାବେ ରସାନନ୍ଦଙ୍କ ଚିକିତ୍ସା ହୋଇ ପାରନ୍ତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)