Advertisment

ନ୍ୟାୟ ଅପେକ୍ଷାରେ ମମିତାଙ୍କ ପରିବାର: ତାତିଲେ ବିରୋଧୀ, ସବୁଆଡ଼େ କଳା ପତାକା ଦେଖାଇ ବିରୋଧ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mamita Meher

Mamita Meher

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ପୂରିଛି। ହେଲେ ଏବେ ସୁଦ୍ଧା ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ। ଗତ ମାସ ୮ ତାରିଖରେ ମମିତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ଏହାସହ ତଦନ୍ତ ବେଳେ ଜବତ ହୋଇଥିବା ୭୦ଟି ସାମଗ୍ରୀକୁ ଯାଞ୍ଚ ପାଇଁ ଫୋରେନସିକ ଲାବୋରାଟୋରୀକୁ ପଠାଇ ଦିଆଯାଇଛି।

Advertisment

ତେବେ ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ତାଙ୍କର ଇସ୍ତଫା ଦାବି କରି ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଗତ ୮ ତାରିଖରେ ମମିତାଙ୍କୁ କାର୍‌ରେ ନେଇ ଗୋବିନ୍ଦ ଆସିଥିଲା। କାର୍ ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାର୍‌ରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା । ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ବୋଲି ଗୋବିନ୍ଦ ନିଜେ ଏହା ସ୍ୱୀକାର କରିଛି। ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଥିଲା ଗୋବିନ୍ଦ ।

Advertisment

ଦିବ୍ୟଶଙ୍କର ମନ୍ତ୍ରୀ ଥିବାରୁ ତାଙ୍କ ଅଧିନରେ ଥିବା ପୋଲିସ ତାଙ୍କ ବିରୋଧରେ ତଦନ୍ତ କରିବା ସହଜ ନୁହଁ। ଏଣୁ ନିରପେକ୍ଷ ତଦନ୍ତ ଲାଗି ମନ୍ତ୍ରୀ ପଦରୁ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଏସବୁ ତାତି ଭିତରେ ଆଜି କଳହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା ସ୍ଥିତ ଓୟୁଏଟି ପଡ଼ିଆରେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପି ବିରୋଧ କରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିଶାଳ ରାଲି କରାଯାଇଛି। ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପି ଏହି ରାଲି କରିଛି। ଏହାସହ ଏୟାରପୋର୍ଟ ଛକରେ ବିଜେପି କଳା ପତାକା ଦେଖାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି କର୍ମୀ ଏହି କଳା ପତାକା ଦେଖାଇଛନ୍ତି। କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି।

ସେହିପରି ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଭବାନୀପାଟଣା MSA ଛକରେ ବିଜେପିର କଳା ପତାକା ପ୍ରଦର୍ଶନ କରିଛି। କଳାପତାକା ପ୍ରଦର୍ଶନ ସହ ବିଜେପି କର୍ମୀ ନବୀନ ଗୋ ବ୍ୟାକ୍ ନାରା ଦେଇଛନ୍ତି। ତେବେ କିଛି ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। 

BJD BJP Mamita Meher Mamita Meher Murder Case
Advertisment
Advertisment