Advertisment

Daily Horoscope, 8 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Daily Horoscope

Daily Horoscope

ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Advertisment

ମେଷ: ପ୍ରତିବନ୍ଧକ କାରଣରୁ ର୍ନିମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିପାରେ।
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ 

ବୃଷ: ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହୋଇପାରନ୍ତି। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। 
ପ୍ରତିକାର-ଶୁଭ ଫଳ ପାଇବା ପାଇଁ ନବ ଗ୍ରହ ସ୍ତୋତ୍ର ପାଠ କରନ୍ତୁ 

Advertisment

ମିଥୁନ: ଆଜି ଶାରୀରିକ ପୀଡ଼ା ଅନୁଭବ ହୋଇପାରେ। ନୂତନ ଗୃହ ର୍ନିମାଣ ପାଇଁ ମନ ବଳାଇବେ ଓ ସେଥିରେ ସଫଳ ହେବେ। ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ, କାର୍ଯ୍ୟ କରି ପ୍ରଶଂସିତ ହେବେ।
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ

କର୍କଟ: ଆଜି ପରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ଦୂର ହୋଇଯିବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। 
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦ଥର ଜପ କରନ୍ତୁ 

ସିଂହ: ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ କୌଣସି ଶୁଭ ଖବର ଶୁଣିପାରନ୍ତି।
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ 

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ। ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। 
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ 

ତୁଳା: ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନା ଗୁଡିକ ସମ୍ପୂର୍ଣ୍ଣ ହେବ। 
ପ୍ରତିକାର-ଶୁଭ ଫଳ ପାଇବା ପାଇଁ ଶ୍ରୀ ସୁକ୍ତ ପାଠ କରନ୍ତୁ 

ବିଛା: ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।
ପ୍ରତିକାର-ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ 

ଧନୁ:  ଆଜି ଜଗିରଖି ଚଳନ୍ତୁ। ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। ସମସ୍ୟା ସମାଧାନ ପାଇଁ କୋର୍ଟ ମାମଲାରେ ଓକିଲଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। 
ପ୍ରତିକାର-ଶୁଭ ଫଳ ପାଇବା ପାଇଁ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ 

ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।  
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ଦୁର୍ଗା ସପ୍ତ ଶ୍ଳୋକି ପାଠ କରନ୍ତୁ  

କୁମ୍ଭ: ଆଜି କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ମାନେ ବିଜୟୀ ହେବେ। ବହୁ ଦିନର ଆଶା ଅଭିଳାଷ ପୁରଣ ହେବ।
ପ୍ରତିକାର- ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ  

ମୀନ: ଆଜି ଆଶା ଆଶଙ୍କା ଦେଇ ଗତି କରିବେ। ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ। ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ନିଜ ଜୀବନ ସାଥୀର ଭରସା ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣି ଦେବ।  
ପ୍ରତିକାର-ଶୁଭ ଫଳ ପାଇବା ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ 

Daily Horoscope
Advertisment
Advertisment