• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜ୍ୟରୁ ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ। ହଜିବାକୁ ବସିଲେଣି ଶାଗୁଣା, ବଣି, ବରକୁଦିଆ ଚମ୍ପେଇ ନେଉଳ। ଏମିତିକି ଇଣ୍ଟରନ୍ୟାସନାଲ ୟୁନିଅନ୍‌ ଫର୍‌ କଂଜରଭେସନ ଅଫ୍‌ ନେଚରର ରେଡ୍‌ ଲିଷ୍ଟ କହୁଛି, ଆଗକୁ ସାରା ବିଶ୍ୱରୁ ଲୋପ ପାଇଯିବ ୪୬ ହଜାରରୁ ଅଧିକ ପ୍ରଜାତି। ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସରେ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ଓକିଲାତି କରିଛନ୍ତି ବିଶେଷଜ୍ଞ।

ଏକଦା ସୁନାବେଡ଼ାର ଶୋଭା ବଢ଼ାଉଥିଲେ ବାରାସିଂଘା ଆଉ ଅରଣା ମଇଁଷି। ହେଲେ ରାଜ୍ୟରେ ଏବେ ଏ ଦୁଇ ଜୀବଙ୍କୁ ଦେଖିବା ଦୁଃସ୍ୱପ୍ନ। ଡାଇନୋସର୍‌ ଭଳି ଏମାନଙ୍କ ବଂଶ ମଧ୍ୟ ବୁଡ଼ି ଗଲାଣି। ଖାଲି ଏ ଦୁଇ ପ୍ରଜାତିର ଜୀବଜନ୍ତୁ କାହିଁକି, ଶାଗୁଣା, ବଣି, ଚିଲିକାର ବରକୁଦିଆ ଚମ୍ପେଇ ନେଉଳ, ଅହିରାଜ ସାପ ବିଲୁପ୍ତପ୍ରାୟ। କେବେ କେଉଁଠି କାଁ ଭାଁ ଦେଖାଯାଉଛନ୍ତି।

Also Read

ସେହିପରି ଯେଉଁ ହାରରେ ସଂଖ୍ୟା କମୁଛି, ଆଗକୁ ରାଜ୍ୟରେ ଘଡ଼ିଆଳ, ବଜ୍ରକାପ୍ତା, ଭାଲୁ, ମହାବଳ ବାଘ ଲୋପ ପାଇବାର ଆଶଙ୍କା ବଢ଼ିଲାଣି। ଏତ ଗଲା, ଖାଲି ଆମ ରାଜ୍ୟର କଥା। ଏବେ ସାରା ବିଶ୍ୱରେ ଦେଖାଯାଉଥିବା ଜୀବଜନ୍ତୁଙ୍କ ମଧ୍ୟରୁ ୨୮ ଭାଗ ଅର୍ଥାତ ୪୬ ହଜାର ୩୦୦ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତମୁହାଁ। ଏମାନଙ୍କ ଭିତରେ ଅଛନ୍ତି, ୪୧ ପ୍ରତିଶତ ଉଭୟଚର, ୨୬ ପ୍ରତିଶତ ସ୍ତନ୍ୟପାୟୀ, ୨୧ ପ୍ରତିଶତ ସରୀସୃପ ଓ ୧୨ ପ୍ରତିଶତ ପକ୍ଷୀ। ଇଣ୍ଟରନ୍ୟାସନାଲ ୟୁନିଅନ୍‌ ଫର୍‌ କଂଜରଭେସନ ଅଫ୍‌ ନେଚର ରେଡ୍‌ ଲିଷ୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ। ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ବିଲୁପ୍ତ ପ୍ରାୟ ଜୀବଜନ୍ତୁଙ୍କୁ ବଞ୍ଚାଇବା ପାଇଁ ଏବେଠାରୁ ସବୁ ବର୍ଗଙ୍କୁ ଏକାଠି ହେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...

ଖାଲି ସେତିକି ନୁହେଁ, ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ସମ୍ମିଳନୀରେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ଯୁକ୍ତି ବାଢ଼ିଛନ୍ତି ବିଶେଷଜ୍ଞ। କହିଛନ୍ତି, ଜଳବାୟୁରେ ଏକ ଛୋଟ ପରିବର୍ତ୍ତନ ମଧ୍ୟ ଜୀବଜନ୍ତୁଙ୍କ ଅନେକ କ୍ଷତି ଘଟାଇଥାଏ। ଏମିତିକି ଏହା ସେମାନଙ୍କ ତିଷ୍ଠି ରହିବାକୁ ମଧ୍ୟ ବହୁମାତ୍ରାରେ ପ୍ରଭାବିତ କରିଥାଏ। ତେଣୁ ଜଳବାୟୁ ପରିବର୍ତ୍ତନକୁ ରୋକିବା ସହ ବନ୍ୟପ୍ରାଣୀ ସମେତ ଅନ୍ୟ ଜୀବଜନ୍ତୁଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉ।

ସେପଟେ ବନ୍ୟପ୍ରାଣୀ ପିସିସିଏଫ୍‌ ପ୍ରେମ କୁମାର ଝାଙ୍କ ଯୁକ୍ତି ହେଲା, ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ହାତୀ ସଂଖ୍ୟା ବଢ଼ିଛି। ଯଦିଓ ସାତକୋଶିଆ ମହାବଳଶୂନ୍ୟ ହୋଇଛି। ଶିମିଳିପାଳରେ ମହାବଳଙ୍କ ସଂଖ୍ୟା ୫ରୁ ୨୭ରେ ପହଞ୍ଚିଛି। ଏମିତିକି ଅନୁକୂଳ ପରିବେଶ କାରଣରୁ ରାଜ୍ୟକୁ ଅଲିଭ ରିଡଲେଙ୍କ ସୁଅ ଛୁଟୁଛି।