• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜରୁରୀ ଉପକରଣ ଏବଂ ଆବଶ୍ୟକ ଡାକ୍ତର ନଥିବା ଅଭିଯୋଗ

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା ) : ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ହସ୍ପିଟାଲ । ହେଲେ ମେଡିକାଲର ଦୁରାବସ୍ଥା ଯୋଗୁଁ ଏବେ ଲୋକଙ୍କ ଆସ୍ଥା ହରାଇବାକୁ ବସିଛି । ଡାକ୍ତର ସମସ୍ୟା ଏବଂ ବେଡ୍ ଅଭାବରୁ ରୋଗୀ ହେଉଛନ୍ତି ଛଟପଟ ।

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲର ମେଡିକାଲ । ବାରଣ୍ଡାରେ ଏଣେ ତେଣେ ଗଡୁଛନ୍ତି ରୋଗୀ । ଯେତିକି ବେଡ୍ ଥିଲା ସେ ସବୁ ଫୁଲ୍ । ବେଡ୍ ନ ଥିବାରୁ ରୋଗୀଙ୍କର ଅବସ୍ଥା କହିଲେ ନସରେ । ପରିମଳ ବ୍ୟବସ୍ଥା କଥା ଦୂରେ ଥାଉ, ଚିକିତ୍ସା ପାଇଁ ବେଡଟିଏ ବି ଖାଲି ନାହିଁ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ଅସ୍ଥିଶଲ୍ୟ ବିଭାଗ, ସର୍ଜରୀ, ମେଡିସିନ୍, ମାତୃ ଓ ଶିଶୁ ରୋଗ ପରି ୨୦ରୁ ଅଧିକ ବିଭାଗ ରହିଛି । ଡାକ୍ତରଖାନାରେ ପ୍ରତି ବିଭାଗରେ ୫୦ଟି ଶଯ୍ୟା ଥିବାବେଳେ ମେଡିସିନ୍ ଓ୍ୱାର୍ଡରେ ନାହିଁ ନଥିବା ସ୍ଥିତି ।

ସେହିପରି ମେଡିକାଲରେ ଡାକ୍ତରଙ୍କ ଅଭାବ ଏବଂ ଚିକିତ୍ସା ପାଇଁ ଜରୁରୀ ଉପକରଣ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସମାଜସେବୀ । ଅନ୍ୟପଟେ ସମସ୍ୟାକୁ ସ୍ୱୀକାର କରିଛନ୍ତି ମେଡିକାଲ ଆଡମିନଷ୍ଟ୍ରେଟିଭ୍ ଅଫିସର । ଏବେ ୩ ଶହ ଶଯ୍ୟା ରହିଥିବା ବେଳେ ଆଗକୁ ୬୫୦ ଶଯ୍ୟା ହେଲେ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି ।