• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ହାଟରେ ମେଲିଛି ମଦ ପସରା ।

  • ବିକ୍ରି ହେଉଛି ଆଦିବାସୀଙ୍କ ହାତ ତିଆରି ଭଳିକି ଭଳି ପାରମ୍ପରିକ ମଦ ।

  • ମାଲକାନଗିରି ପଣଷପୁଟ ସାପ୍ତାହିକ ହାଟରେ ଚାଲୁଛି ଓପନ୍ ବାର୍ ।

ମାଲକାନଗିରି/ଚିତ୍ରକୋଣ୍ଡା (ରିପୋର୍ଟ-ରତ୍ନାକର ପ୍ରଧାନ/ ଜିତେନ୍ଦ୍ର ବେଉରା): ଖୁଲମ୍ ଖୁଲା ଚାଲିଛି ମଦ ବେପାର । ଗଛ ମୂଳେ ମେଲିଛି ମଦ ପସରା । ପୁରୁଷଠୁ ମହିଳା ଯାଏଁ ସମସ୍ତେ ହାଣ୍ଡି ଓ ଜାରରେ ମଦ ରଖି ବିକ୍ରି କରୁଥିବା ବେଳେ ଗ୍ରାହକ ବି କିଛି କମ୍ ନାହାନ୍ତି । ଗ୍ଲାସ୍‌ରେ ପରଷା ହେଉଛି, ଆଉ ସେଇଠି ହିଁ ପିଉଛନ୍ତି ଲୋକେ । ମାଲକାନଗିରି ପଣଷପୁଟ ହାଟରେ ଦେଖିବାକୁ ମିଳିଛି ଏଭଳି ଓପନ୍ ବାର୍ । ସପ୍ତାହକୁ ଥରେ ଏଠାରେ ଚାଲେ ଆଦିବାସୀଙ୍କ ମଦ ହାଟ ।

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ପଣଷପୁଟ ହାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସପ୍ତାହକୁ ଥରେ ଏହି ହାଟରେ ମଦ ପସରା ଧରି ଏକାଠି ହୁଅନ୍ତି ଆଦିବାସୀ । ଘରେ ପ୍ରସ୍ତୁତ କରି ଆଣିଥିବା ମଦ, ବିକ୍ରି କରି ଦୁଇ ପଇସା ରୋଜଗାର ସହ ହାଟରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଫେରିଯାଆନ୍ତି । ହାଟରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ମଦ ମିଳିଥାଏ । ପ୍ରସ୍ତୁତିର ଶୈଳୀ ଓ ବ୍ୟବହୃତ ଉପାଦାନ ଅନୁସାରେ ଏହି ମଦ ଗୁଡ଼ିକର ନାଁ ବି ଭିନ୍ନ । ପେଣ୍ଡମ, ସଲପ, ଚିନି ମଦ, ଚାଉଳ ମଦ, ଗୁଡ଼ ମଦ ଆଦି ଏହି ହାଟରେ ବିକ୍ରି ହୋଇଥାଏ ।

ତେବେ ଆଦିବାସୀ ମାନେ ନିଜେ ପିଇବା ପାଇଁ ମଦ ପ୍ରସ୍ତୁତ କରିବାକୁ ଅନୁମତି ରହିଛି । କିନ୍ତୁ ହାଟରେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଅବକାରୀ ବିଭାଗ ।