• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟର ତଦାରଖ

  • ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ

ମାଲକାନଗିରି( ଜିତେନ୍ଦ୍ର) : ଦୁର୍ଗମ ଅଞ୍ଚଳକୁ ଗାଡ଼ି ଯିବାର ସୁବିଧା ନାହିଁ ।  ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ । ପଞ୍ଚାୟତରାଜ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ସ୍ୱାଭିମାନ ଅଞ୍ଚଳରେ ଖଚରରେ ଚଢ଼ି ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି ।

ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ, ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି । ଏଥିସହ ଚିତ୍ରକୋଣ୍ଡାର ବଡ଼ପଡ଼ା ପଞ୍ଚାୟତରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯଥା କାଜୁ ପ୍ଲାଣ୍ଟେସନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଥିବାରୁ ଖଚରରେ ବସି ସରକାରୀ ଅଧିକାରୀମାନେ ଯାଇଥିବା ଜଣାପଡିଛି ।