/odishatv-khabar/media/post_attachments/uploadimage/library/16_9/16_9_0/cyclone__1638258819.jpg)
cyclone
ଭୁବନେଶ୍ୱର : ଏଇ ଶନିବାର ବାତ୍ୟା । ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା । ବାତ୍ୟା ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ।
ଆସନ୍ତା ୪ ତାରିଖ ସକାଳେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ ପବନ । ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବନାହିଁ ।
ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ୪ ତାରିଖରେ ପ୍ରବଳ ବର୍ଷା ହେବ ୫ରେ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଏବଂ ପରେ ଉତ୍ତର ଉପକୂଳରେ ବଢ଼ିବ ବର୍ଷା । ଅନ୍ୟପଟେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨ ତାରିଖ ସୁଦ୍ଧା ଫେରି ଆସିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)