• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ବqବଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଘାରିଛି ବର୍ଷା ଭୟ । ଯଦିଓ ସ୍ପଷ୍ଟ ଭାବେ କିଛି କୁହାଯାଇନି, ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ଚାଷୀ । ଏହାରି ମଧ୍ୟରେ ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ସୁଖେଇବାରେ ଲାଗିପଡିଛନ୍ତି । ଆଉ କିଏ କିଏ ବିଲରୁ ଗଜା ଧାନରୁ କିଛି ପାଇଯିବା ଆଶାରେ ଲାଗିପଡିଛନ୍ତି । ଆଉ କେତେକ ମେସିନ ଦ୍ୱାରା ଧାନ ଅମଳ କରି ଗଛିତ କରିବାରେ ତତ୍ପର ହୋଇଉଠିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ବି ବର୍ଷା ବୟରେ ଲୋକେ ଅମଳ ସମୟ ଆସିଯାଇଥିବାରୁ ଚିନ୍ତାରେ ପଡ଼ିଯାଇଛି ଚାଷୀ । କିଭଳି ଫସଲକୁ ବର୍ଷା ପୂର୍ବରୁ ନିଜ ଘରକୁ ନେଇ ଆସିବ ସେ ନେଇ ଲାଗି ପଡ଼ିଛନ୍ତି । ବେଳ ଥାଉ ଥାଉ ଫସଲକୁ ଯେତେ ସମ୍ଭବ ଶୀଘ୍ର ଘରକୁ ନେଇ ଯାଉଥିବା କହିଛନ୍ତି ଚାଷୀ ।

ଅନ୍ୟପଟେ କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ ପଡିଥିବା କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ସରକାର ତିଆରି କରିଥିବା ପିଣ୍ଡିରେ ଖୋଲା ଆକାଶ ତଳେ ଧାନ କିପରି ସୁରହିତ ରହିବ ? ସେନେଇ ପ୍ରଶ୍ନ କରିବା ସହ ତୁରନ୍ତ ଧାନ ମାଣ୍ଡିଆକୁ ଘୋଡାଇ ରଖିବା ପାଇଁ ବଡ ପଲିଥିନର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଚାଷୀମାନେ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ।