Advertisment

୯ ଘଣ୍ଟାର ଜେରା ପରେ ଇଡ଼ିରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ

ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଘଣ୍ଟା ଧରି ବିଭିନ୍ନ ପ୍ରକାର ପ୍ରଶ୍ନ କରିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Pradeep Panigrahi

Pradeep Panigrahi

ଭୁବନେଶ୍ୱର : ମୁଁ ଓଡ଼ିଆ ପୁଅ, ଶେଷ ପର୍ଯ୍ୟନ୍ତ ଲଢ଼ିବି । ନ୍ୟାୟପାଳିକା ଉପରେ ଭରସା ରହିଛି । ସରକାର ଯେଉଁ ଆରୋପ ଲଗାଇଥିଲେ, ବର୍ତ୍ତମାନ ତାହାର ଉତ୍ତର ଦେବାର ସମୟ ଆସିଛି । ଦୀର୍ଘ ୯ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଉ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜେରାର ସମ୍ମୁଖୀନ ହୋଇ ଫେରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏପରି ପ୍ରତିକ୍ରିୟା ରଖିଛନ୍ତି । ED ପକ୍ଷରୁ ତାଙ୍କୁ ଯାହା ପ୍ରଶ୍ନ କରାଯାଇଥିଲା ସେ ତାହାର ଉତ୍ତର ରଖିଛନ୍ତି ।

Advertisment

ଏହାସହ କହିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀରେ ଏବେ ଗୁଣ୍ଡାରାଜ ବଢ଼ିଛି । ଉନ୍ନତିରେ ରୋକ୍ ଲାଗିଛି ।ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ସେ ବିଧାୟକ ଓ ମନ୍ତ୍ରୀ କରିଛନ୍ତି । ବିଧାନସଭାରେ ସ୍ୱାଧୀନ ବିଧାୟକ ଭାବେ ଅନେକ ପ୍ରସଙ୍ଗ ଉଠାଇବେ ବୋଲି ବି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତ ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ମଧ୍ୟ ଇଡିରେ ହାଜର ହୋଇଥିଲେ । ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରା ଉଚରା କରିଛି ।

ଆକାଶ ପାଠକ ଠକେଇ ଲିଙ୍କ୍‌ ମାମଲାରେ ଗୋପାଳପୁରର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡ଼ିସେମ୍ବରରେ ହିଁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା ।

Advertisment

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି କହୁଥିଲେ । ଏହାସହ ଲୋକଙ୍କୁ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ । ଆଉ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ । ଏଭଳି ଅପରାଧରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା ।

Pradeep Panigrahi ED Questioning
Advertisment
Advertisment