• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପିର ରାଜ୍ୟ କୋର କମିଟି ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ରାଜ୍ୟ କୋର କମିଟିରେ ସଭାପତି ସମୀର ମହାନ୍ତିଙ୍କ ସମେତ ୧୫ ସଦସ୍ୟ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପ୍ରମୁଖ କୋର କମିଟିରେ ସାମିଲ । 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କୋର କମିଟିରେ ରହିଛନ୍ତି । ଏହାସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ବି ସାମିଲ ।

ଖାଲି ସେତିକି ନୁହେଁ ପୂର୍ବତନ ସଭାପତି ମନମୋହନ ସାମଲ, କେ.ଭି ସିଂଦେଓ, ବସନ୍ତ ପଣ୍ଡା, ସାଂଗଠନିକ ସା.ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ସମ୍ପାଦିକା ସୁରମା ପାଢ଼ୀ ମଧ୍ୟ କୋର୍ କମିଟିରେ ସାମିଲ । ସ୍ୱତନ୍ତ୍ର ନିମନ୍ତ୍ରିତ ୨ ସଦସ୍ୟ, ରାଜ୍ୟ ପ୍ରଭାରୀ ଡି.ପୂରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମର ମଧ୍ୟ କୋର କମିଟିରେ ସାମିଲ ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି । ଏହାସହ ଦୁଇ ଜଣଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ କୋର କମିଟିରେ ସାମିଲ କରାଯାଇଛି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ ସଂଗଠନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ ଏହା କାର୍ଯ୍ୟ କରିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଓଡ଼ିଶାରେ ବିଜେପିକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା କିଭଳି ମିଳିପାରିବ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଛନ୍ତି । ଦଳ ଏବେ କୌଣସି ଜଣେ ନେତାଙ୍କ ଭରସାରେ ନରହି କୋର୍ ଟିମ୍ ମାଧ୍ୟମରେ ରାଜ୍ୟରେ ସଂଗଠନକୁ ସୁଦୃଢ଼ କରାଇବାକୁ ଲକ୍ଷ୍ୟ ରଖିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ବିଜେପି ନିମନ୍ତେ <og କୋର କମିଟି ଗଠନ କରିଛନ୍ତି । ଏହି କମିଟି ନିଶ୍ଚିତ ଭାବେ ପ୍ରତିମାସରେ ଥରେ ବୈଠକ କରିବ ବୋଲି ଶ୍ରୀ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି ।

ରାଜନୈତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହା ପରଠୁ ରାଜ୍ୟ ବିଜେପିର ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥାପିତ କରାଯାଉଛି । କିନ୍ତୁ ଏହି କୋର କମିଟି ମାଧ୍ୟମରେ ଦଳ ଏକକାଳୀନ ଦୁଇଟି ସନ୍ଦେଶ ଦେବାକୁ ଚାହିଁଛି । ପ୍ରଥମତଃ, ରାଜ୍ୟରେ ବିଜେପି ଏପର୍ଯ୍ୟନ୍ତ କାହାରିକୁ ଚେହେରା ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ ଓ ଦ୍ୱିତୀୟତଃ ସମସ୍ତଙ୍କ ସାମୁହିକ ନିଷ୍ପତ୍ତିରେ ରାଜ୍ୟ ବିଜେପିକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଦଳ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଂଚାୟତ ନିର୍ବାଚନରେ ମିଳିଥିବା ଶିକ୍ଷାକୁ ଆଧାର କରି ଏହି କୋର୍ କମିଟି ଗଠନ କରିଥିବା ବିଜେପି ମହଲରେ ଚର୍ଚ୍ଚା ହେଉଛି ।