Advertisment

‘ମୁଁ ଘରର ବୋହୂ ବାହାରେ ଶୋଉଛି, କୁକୁର ଆସି ପାଖରେ ଶୋଉଛି’

୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’

author-image
Rajalaxmi Sahoo
Wife Continues Sit-In Protest Outside Husband’s House

Wife Continues Sit-In Protest Outside Husband’s House

ବ୍ରହ୍ମପୁର: ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’ ଏଭଳି କିଛି କହିଛନ୍ତି ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଦାସ। ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀ ଦାସ। ସ୍ୱାମୀଙ୍କ ସହ ରହିବାକୁ ଦାବି କରି ବ୍ରହ୍ମପୁର SDJM କୋର୍ଟରେ ତପସ୍ୱିନୀ କରିଥିବା ଆବେଦନର ଶୁଣାଣି ହୋଇଛି। ହେଲେ ଆଜି ମଧ୍ୟ ଏହି ରାୟ ପ୍ରକାଶ ପାଇ ନାହିଁ। ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ମଧ୍ୟ ରାୟ ପ୍ରକାଶ ପାଇ ନଥିବା ସୂଚନା ମିଳିଛି। 

Advertisment

ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ,  ମୁଁ ସଖି କେନ୍ଦ୍ରକୁ ଯିବିନି।  ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’ କୋର୍ଟ ଯାହା ରାୟ ଦେବେ ତାକୁ ଗ୍ରହଣ କରିବି ବୋଲି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି। 

ତପସ୍ୱିନୀ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ? ୯ ଦିନ ହେଲାଣି ମୁଁ ଏମିତି ଅବସ୍ଥାରେ ରହିଛି।  ମୁଁ ବା ତାଙ୍କ ବୋହୂ, ସୁନା ଝିଅ। ଯଦି ସୁନା ଝିଅ ରାସ୍ତାରେ ଶୋଉଛି, କ’ଣ ତାଙ୍କ ମୁଣ୍ଡକୁ ବୁଦ୍ଧି ଆସୁ ନାହିଁ ? କଷ୍ଟ ସହି ମୁଁ ନ୍ୟାୟ ପାଇଁ ଲଢ଼େଇ କରିବି। ସେମାନେ ଯଦି ସତରେ ମୋତେ ବୋହୂ, ଝିଅ ଓ ସ୍ତ୍ରୀ ବୋଲି ଭାବୁଥାନ୍ତେ, ତା’ହେଲେ ଏତେ ବଡ଼ ଘରେ କେଉଁଠି ନା କେଉଁଠି ରହିବା ପାଇଁ ଯାଗା ଟିକେ ଦେଇଥାନ୍ତେ।’

Advertisment

ତପସ୍ୱିନୀ ଆହୁରି କହିଛନ୍ତି, ‘ଉଡ଼ନ୍ତା ଖବର ମୋ ପାଖକୁ ଆସିଛି ଯେ, ସ୍ୱାମୀ ଚାହାନ୍ତି ମୋତେ ରଖିବା ପାଇଁ। ହେଲେ ଶ୍ୱଶୁର ବିଭ୍ରାନ୍ତ କରୁଛନ୍ତି। ସ୍ୱାମୀ, ଶାଶୁ, ଶ୍ୱଶୁର ସମସ୍ତେ ମୋ ଫୋନ୍‌ ନମ୍ବରକୁ ବ୍ଲକ୍‌ ଲିଷ୍ଟରେ ପକାଇଛନ୍ତି। ମୁଁ ଚାହିଁଥିଲି ତାଙ୍କୁ(ସ୍ୱାମୀ) କଲ୍‌ କରିବା ପାଇଁ ହେଲେ ସେ କାହାର ବି ଫୋନ୍‌ କଲ୍‌ ରିସିଭ୍‌ କରୁ ନାହାନ୍ତି।’

ପ୍ରମୋଦଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଡିମ୍ପଲ କହିଛନ୍ତି, ତାଙ୍କ(ପ୍ରମୋଦ ସାହୁ)ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି ବୋଲି ଡିମ୍ପଲ କହିଛନ୍ତି।

Marital Discord Woman Holding Dharna Bride Groom Court Marriage
Advertisment
Advertisment