/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638189421.jpg)
Mahanga Double Murder
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଣି ମହଲତ ମାଗିଲା ପୋଲିସ । ପୁନଃ ତଦନ୍ତ ରିପୋର୍ଟ ଦେବାକୁ ଆଉ ମାସେ ମହଲତ ମାଗିଲା ମାହାଙ୍ଗା ପୋଲିସ । ସାଲେପୁର ଜେଏମ୍ଏଫ୍ସି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମାମଲାରେ ମାହାଙ୍ଗା ପୋଲିସ ଆଜି ପୁନଃତଦନ୍ତ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ଥିଲା । ଏମିତିକି ମନ୍ତ୍ରୀଙ୍କ ୩ ସହଯୋଗୀଙ୍କ କଲ୍ ଡିଟେଲ୍ସ ରେକର୍ଡ ବା CDR ମଧ୍ୟ ଦାଖଲ କରିବାର ଆଜି ଶେଷ ତାରିଖ ଥିଲା ।
ହେଲେ ମାହାଙ୍ଗା ପୋଲିସ ପୁଣି ନିଜ ଅପାରଗତାକୁ ସାମ୍ନାକୁ ଆଣି କହିଲା ଆହୁରି ମାସେ ସମୟ ଦରକାର । ଆଜି ପୁନଃ ତଦନ୍ତ ରିପୋର୍ଟ ଦେବା ବଦଳରେ ଆହୁରି ମାସେ ସମୟ ଲୋଡିଛି ମାହାଙ୍ଗା ପୋଲିସ ।
ସେପଟେ ତୁରନ୍ତ CDR ଦାଖଲ କରିବା ପାଇଁ ଆଜି ପୁଣି ଥରେ ପିଟିସନ ଦାଖଲ କରିଛନ୍ତି ଆବେଦନକାରୀ ରମାକାନ୍ତ ବରାଳ । ହେଲେ ବିଚାରପତି ଅନୁପସ୍ଥିତ ଥିବାରୁ ଏହା ଉପରେ ଶୁଣାଣି ହୋଇପାରିନାହିଁ । ଡବଲ ମର୍ଡର ମାମଲାରେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କଟିଥିବାରୁ ପିଟିସନ ଦାଖଲ ହୋଇଥିଲା । ପ୍ରୋଟେଷ୍ଟ ପିଟିସନ ଆଧାରରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ କୋର୍ଟ ମାଗିଥିଲେ । ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବାକୁ ହେବ ବୋଲି ନିର୍ଦେଶ ଥିଲା ।
ହେଲେ ପୂର୍ବରୁ ନଭେମ୍ବର ୨୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିବା ବେଳେ, କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ମାହାଙ୍ଗା ପୋଲିସ୍ । ସେହିଭଳି ଗତ ସପ୍ତାହରେ ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ମୃତ ପ୍ରଫୁଲ୍ଲ ବିଶ୍ୱାଳ ଏବଂ ମନ୍ତ୍ରୀଙ୍କ ୨ ସହଯୋଗୀ ବାପି ବିଶ୍ୱାଳ ଏବଂ ଶରତ ନାୟକଙ୍କ ସିଡିଆର୍ ମାଗିଥିଲେ ।
ମାହାଙ୍ଗାର ବିଜେପି ନେତା ଦିବ୍ୟସିଂହ ବରାଳ ଓ କୂଳମଣି ବରାଳଙ୍କୁ ନିର୍ମମ ହତ୍ୟା ମାମଲାରେ ଏବେ ତଦନ୍ତ ଚାଲିଛି । ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବା ବେଳେ ଚାର୍ଜସିଟରେ ବାଦ୍ ଦିଆଯାଇଥିବାରୁ ଏହା ବିରୋଧରେ ମାମଲା ଦାଏର ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)