• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଡ୍‌ସ୍ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି। କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ । More
  • Satyendu Shekher Mishra
  • 2 years ago

ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର । More
  • Chandan Shishu
  • 2 years ago

ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ଜିରୋ ନାଇଟ୍‌ ଉତ୍ସବ ଆୟୋଜନକୁ ଏଥର ମଧ୍ୟ ମନା କରାଯାଇଛି।  More
  • Chandan Shishu
  • 2 years ago

ମମିତା ହତ୍ୟା ମାମଲା ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାସହ ରାଜ୍ୟ ସରକାରଙ୍କୁ ମାଗିଥିଲେ ଷ୍ଟାଟସ୍ ରିପୋର୍ଟ। More
  • Chandan Shishu
  • 2 years ago

୩ ଦିନ ପ୍ରବଳ ବର୍ଷିବ, ୯୦ କିମି ବେଗରେ ବହିବ ପବନ

ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ। More
  • Chandan Shishu
  • 2 years ago

ଦୁର୍ଘଟଣାରେ ମୃତ୍ୟୁ ହେଲେ ହକର୍‌ଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍‌ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। More
  • Chandan Shishu
  • 2 years ago

ଫ୍ରାନ୍ସ ବିପକ୍ଷରେ କରିଥିବା ଭୁଲ୍‌ର ପୁନରାବୃତ୍ତି ହେବନି: ଦିଲ୍ଲୀପ ତିର୍କୀ

ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଭାରତ ଓ ବେଜିୟମ ଉପରେ। ଜୁନିୟର ବିଶ୍ୱକପର ସେମିଫାଇନାଲ୍ ଟିକଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ବେଲଜିୟମ। More
  • Rajalaxmi Sahoo
  • 2 years ago

ଚାଷୀଙ୍କ ଆୟ: ଓଡ଼ିଶା ତଳ ଆଡ଼ୁ ଦ୍ୱିତୀୟ

ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି।  ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି। More
  • Rajalaxmi Sahoo
  • 2 years ago

‘ମୁଁ ଘରର ବୋହୂ ବାହାରେ ଶୋଉଛି, କୁକୁର ଆସି ପାଖରେ ଶୋଉଛି’

୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’ More
  • Rajalaxmi Sahoo
  • 2 years ago

ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ! ଜାଣନ୍ତୁ, ବାତ୍ୟା ସମ୍ପର୍କିତ ୧୫ଟି ଅପଡେଟ୍‌...

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପହଞ୍ଚିପାରେ ଲଘୁଚାପ କ୍ଷେତ୍ର। ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମ ଭାବେ ଓଡ଼ିଶା ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ। More
  • Prangyan Parimita
  • 2 years ago

ଆସୁଛି ବାତ୍ୟା: ୪ରେ ଛୁଇଁବ !

୪ ତାରିଖରେ ବାତ୍ୟା । ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି । More
  • Prangyan Parimita
  • 2 years ago

କନ୍ଧମାଳ ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ ଜିଲ୍ଲା ପୋଲିସ ଅବକାରୀ ଓ ରାଜସ୍ୱ ବିଭାଗର ମିଳିତ ଟିମ ଦୁଇ ଥାନା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରି ୨୬୪ ଏକର ଜାଗାରୁ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୨୬ କୋଟି ଟଙ୍କା ହେବ ବୋଲି ମିଳିତ ଟିମ ସୂଚନା ଦେଇଛି । ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ପଞ୍ଚାୟତର ଉଆଦୁର୍ଗା , ବୋରେବେଟା, ସଲପସାହି ଓ କୁଟୁନିପଦର ଜଙ୍ଗଲରେ ମିଳିତ ଟିମ ଚଢ଼ାଉ କରି ଏହି ଗଞ୍ଜେଇ ଗଛ ନଷ୍ଟ କରିଛି ।

  • Prangyan Parimita
  • 2 years ago

୬ କିଲୋମିଟର ଭାରରେ ବୁହାହେଲେ ରୋଗୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରାତାଲ୍ ପଞ୍ଚାୟତ କୁରୁଗଡ଼ ଗାଁକୁ ରାସ୍ତା ନଥିବାରୁ ୬ କିଲୋମିଟର ଭାରରେ ବୁହାହେଲେ ରୋଗୀ । ସୋମବାର ବିଳମ୍ବିତ ରାତିରେ ଜଣେ ମହିଳା ଅସୁସ୍ଥ ହୋଇପଡିଥିଲେ । ଗାଁ ଲୋକେ ତାଙ୍କୁ ଭାରରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପ୍ରଥମେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନନ୍ତର କରାଯାଇଛି ।

  • Prangyan Parimita
  • 2 years ago

ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଓୟୁଏଟି କ୍ୟାମ୍ପସରେ ଭିସିଙ୍କ ଅଫିସ ଘେରାଉ କରିବା ସହ ଆନ୍ଦୋଳନ ଚଳାଇଛନ୍ତି ବେସିକ ସାଇନ୍ସ ଛାତ୍ରଛାତ୍ରୀ । ଚତୁର୍ଥ ସେମିଷ୍ଟର ବାତିଲ ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟ କଲେଜ ମାନଙ୍କରେ ପରୀକ୍ଷା ବାତିଲ ହୋଇଥିବା ବେଳେ ଓୟୁଏଟିର ବେସିକ ସାଇନ୍ସର ସମସ୍ତ ବିଭାଗର ପରୀକ୍ଷା ବାତିଲ କରାଯାଇ ନାହିଁ । ପରୀକ୍ଷା ହେଲେ ପଛରେ ପଡ଼ିଯିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

  • Prangyan Parimita
  • 2 years ago

ମରଣଯନ୍ତା ପାଲଟିଛି ଏନ୍ଏଚ୍-୫୫, ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ଚୌଦ୍ୱାର ଜାଗରଣ ମଞ୍ଚ

ମରଣଯନ୍ତା ପାଲଟିଛି କଟକ ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଚୌଦ୍ୱାର ଜାଗରଣ ମଞ୍ଚ । ମଙ୍ଗୁଳିରୁ ଢେଙ୍କାନାଳକୁ ଯାଇଥିବା ଏନ୍ଏଚ୍ ୫୫ର ଦୂରାବସ୍ଥା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା କାମ ସଂପୂର୍ଣ୍ଣ ହେଉନଥିବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇଛି  । ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ ଚଳାଇଛି ଜନ ଜାଗରଣ ମଞ୍ଚ ।

  • Prangyan Parimita
  • 2 years ago

ଖଚରରେ ବୁଲି ଉନ୍ନୟନ କାମର ତଦାରଖ କଲେ ସରକାରୀ ଅଧିକାରୀ

ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ More

  • Prangyan Parimita
  • 2 years ago

ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା : ଆତ୍ମାହୂତି ଘଟଣା ଏଡ଼ାଇବାକୁ ପୋଲିସ ସଜାଗ

କାଲିଠୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । More

  • Rajalaxmi Sahoo
  • 2 years ago

୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ। More

  • Prangyan Parimita
  • 2 years ago

ସ୍ମାର୍ଟ ସ୍କୁଲ ଭେଳିକି ! କାମ ସରିନି କିନ୍ତୁ ଉଦଘାଟନ ହୋଇଗଲା, ୫ଟିର କାର୍ଯ୍ୟକାରୀତା ଉପରେ ବଡ ପ୍ରଶ୍ନ

ସ୍ମାର୍ଟ ସ୍କୁଲ କାମ ଶେଷ ହୋଇନି , କିନ୍ତୁ ନେତାମନ୍ତ୍ରୀ ଆସି ଉଦଘାଟନ କରି ଚାଲିଗଲେ । ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । More

  • Otv Khabar Bureau
  • 2 years ago

ସମୁଦ୍ର ଉପକୂଳରେ ଆରମ୍ଭ ହେଲା ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ

ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ରେଡ୍ ଟିମ୍ ଏବଂ ବ୍ଲୁ ଟିମ୍ ଭାବରେ ଦୁଇ ଭାଗ ହୋଇ ଆତଙ୍କବାଦୀ ସର୍ଚ୍ଚ ଅପରେସନର ମକଡ୍ରିଲ କରାଯାଉଛି । ଆତଙ୍କୀ ଛଦ୍ମବେଶରେ ରେଡ୍ ଟିମ୍ ଜଳପଥରୁ ସ୍ଥଳପଥକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ବ୍ଲୁ ଟିମ୍ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରଖିଛି । More

  • Prangyan Parimita
  • 2 years ago

ରାସନ କାର୍ଡ ହଜାଇଦେଲେ ମହିଳା, ସ୍ୱାମୀ ଗାଳି କରିବା ପରେ ଆତ୍ମହତ୍ୟା କଲେ . .

ରାସନକାର୍ଡ ହଜିଗଲା ବୋଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏ କଥା ସ୍ତ୍ରୀଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ନିଜର ଜୀବନ ହାରିଦେଲେ। More

  • Prangyan Parimita
  • 2 years ago

୯ ଘଣ୍ଟାର ଜେରା ପରେ ଇଡ଼ିରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ

ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଘଣ୍ଟା ଧରି ବିଭିନ୍ନ ପ୍ରକାର ପ୍ରଶ୍ନ କରିଛି। More

  • Prangyan Parimita
  • 2 years ago

ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଘାରିଛି ବର୍ଷା ଭୟ : ବିଲରୁ ଧାନ ଅମଳ କରିବାରେ ବ୍ୟସ୍ତ ଚାଷୀ

ପାଗ ପରିବର୍ତ୍ତନକୁ ଦେଖି ଚିନ୍ତାରେ ଚାଷୀ । ବର୍ଷଯାକର ପରିଶ୍ରମ ଜମିରେ ପଡ଼ିଛି । କିପରି ହେବ ଅମଳ ? More

  • Prangyan Parimita
  • 2 years ago

ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ

ପଦ୍ମଶୀ ନନ୍ଦକିଶୋର ପୃଷ୍ଟି କରୋନା ଆକ୍ରାନ୍ତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । More

  • Satyendu Shekher Mishra
  • 2 years ago

କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ? More

  • Satyendu Shekher Mishra
  • 2 years ago

ଦିନକ ପରେ ଶୀତ ଅଧିବେଶନ, ହେଲେ ଏବେଠୁ ତାତିଲେଣି ବିରୋଧୀ ! ସରକାରଙ୍କୁ କରିବେ ଘାଇଲା

ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ । More

  • Satyendu Shekher Mishra
  • 2 years ago

ଆସୁଛି ନିର୍ବାଚନ; ବିଜେପିର ନୂଆ ରଣନୀତି, ୧୫ ଜଣିଆ କୋର କମିଟିରେ ବୈଜୟନ୍ତ ସାମିଲ

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି । More

  • Satyendu Shekher Mishra
  • 2 years ago

ପଦ୍ମଶ୍ରୀ ନନ୍ଦ ସାରଙ୍କ ଉପରେ ମାନସିକ ଚାପ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି

ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । More

  • Satyendu Shekher Mishra
  • 2 years ago

ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ । More