• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହାପରେ ଏହା ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ(ଅବପାତ)ରେ ପରିଣତ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଜାଣନ୍ତୁ, ବାତ୍ୟା ସମ୍ପର୍କିତ ୧୫ଟି ଅପଡେଟ୍‌...

  • ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମ ଭାବେ ଓଡ଼ିଶା ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ
  • ଏହାର ପ୍ରଭାବରେ ଆଜିଠାରୁ ୨ ତାରିଖ ଯାଏ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ
  • ଆଜି ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କି.ମି. ହୋଇପାରେ। ଆସନ୍ତାକାଲି ଏହା ବଢ଼ି ଘଣ୍ଟା ପ୍ରତି ୪୫-୫୫ କି.ମି. ହୋଇପାରେ। ସେହିପରି ୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୦-୬୦ କି.ମି. ହୋଇପାରେ। ଏନେଇ ପୂର୍ବାନୁମାନ କରାଯାଇଛି।
  • ଧୀରେ ଧୀରେ ଯେତେବେଳେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ପହଞ୍ଚିବ, ସେହି ସମୟରେ ପବନର ବେଗ ବଢ଼ିବ। 
  • ଅନୁମାନ କରାଯାଇଛି, ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ। ୪ ତାରିଖରେ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। 
  • ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି
  • ସମ୍ଭାବ୍ୟ ବାତ୍ୟା ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ। ହେଲେ ସେହି ସମୟରେ ଏହା ଉପକୂଳ ଅତିକ୍ରମ କରିବ ନାହିଁ। ଧୀରେ ଧୀରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ। 
  • ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାପରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ୪ ତାରିଖରେ ପ୍ରବଳ ବର୍ଷା ହୋଇପାରେ।
  • ଡିସେମ୍ବର ୫ରେ କେବଳ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ
  • ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ତୁରନ୍ତ ଧାନ ଅମଳ କରି ନେବା ଉଚିତ୍‌
  • ଅମଳ ହୋଇଥିବା ଧାନକୁ ଏକ ନିରାପଦ ସ୍ଥାନରେ ରଖିବା ଉଚିତ୍‌। ଖାଲୁଆ ଅଞ୍ଚଳରେ ଏହାକୁ ରଖନ୍ତୁ ନାହିଁ।
  • ଉପକୂଳ ଅଞ୍ଚଳରେ ହେବାକୁ ଥିବା ଏହି ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ପ୍ରଭାବିତ ହୋଇପାରେ
  • ବାତ୍ୟା ସତର୍କ ସୂଚନା ଅନୁସାରେ ପଦକ୍ଷେପ ଗ୍ରହଣ କରନ୍ତୁ
  • ମତ୍ସଜୀବୀମାନେ ଡିସେମ୍ବର ୨ ତାରିଖ ଯାଏ ଆଣ୍ଡାମନ ସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ। ସେହିପରି ଡିସେମ୍ବର ୨ରୁ ୫ ତାରିଖ ଯାଏ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। 
  • ଯେଉଁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ତୁରନ୍ତ ଉପକୂଳକୁ ଫେରି ଆସନ୍ତୁ।