କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ।
୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।