ପ୍ରତି ବର୍ଷ ବାତ୍ୟା ଆସୁଛି । ଝାଟି ମାଟି ଘର ଭାଙ୍ଗୁଛି ।
ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’ । ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ ।
ଟ୍ରାଫିକ୍ ପୋଲିସ ପରେ ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା ।
ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ ।
ଦାନା ଯିବା ପରେ ପୁଣି ପୁରୀର ମଙ୍ଗଳା ମୁହାଣକୁ ନେଇ ଚିନ୍ତା ବଢିଛି । ଉଚ୍ଚ ଜୁଆର ଯୋଗୁଁ ମୁହାଣର ଗତିପଥରେ ବାଲୁକା ରାଶି ଜମା ହେବାରୁ ନଦୀର ଗତିପଥ ପରିବର୍ତ୍ତନ ହୋଇଛି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଛନ୍ତି ।
ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।
ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର ।
ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ ।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସେହିପରି ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି।
ଦାନା ନେଇଗଲା ବାତ୍ୟା ଦାନା। ଚାଷଜମିରେ ଅଣ୍ଟାଏ ପାଣିରେ ବୁଡି ରହିଛି ଚାଷୀର ଫସଲ। କେଉଁଠି ବିଶାଳ ଗଛ ଉପୁଡି ପଡିଛି ତ କେଉଁଠି ବର୍ଷା ଓ ପବନରେ ଭାଙ୍ଗି ଯାଇଛି ଘର।
ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ।
ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।
ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।
ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।
ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।
ବାତ୍ୟା ପରେ ରାଜ୍ୟରେ ବନ୍ୟାସ୍ଥତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ହୋଇନି ।
ଆସନ୍ତୁ ଜାଣିବା କେମିତି ଓ କାହିଁକି ପିତାମହ ବ୍ରହ୍ମାଙ୍କ କଥାରେ ଶେଷନାଗ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କଲେ ଓ କେମିତି ବାସୁକୀନାଗ ଖୋଜି ପାଇଲେ ନିଜ ମାଆଙ୍କ ଅଭିଶାପରୁ ସମଗ୍ର ସର୍ପ କୂଳକୁ ବଞ୍ଚାଇବାର ବାଟ।