• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ଋଣ ଘୋଟାଲା ! ଋଣ କରି ଖାତାରୁ ଟଙ୍କା ଉଠାଇ ନେଲେ । ଗ୍ରାହକ ଜାଣିବା ବେଳକୁ ଖାତାରୁ ଟାଙ୍କା ଗୋଲ୍ । ବ୍ୟାଙ୍କରେ ଚାଲିଛି ଋଣ ଘୋଟାଲା ସିଣ୍ଡିକେଟ୍ ?

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ତେଲକୋଇ ଶାଖାରେ ବଡ଼ ଧରଣର ଋଣ ଘୋଟଲା ଅଭିଯୋଗ । ସମବାୟ ବ୍ୟାଙ୍କକୁ ଋଣ ପାଇଁ କେବେ ଆସିନଥିବା ବ୍ୟକ୍ତିଙ୍କ ନାଁରେ ଋଣ କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଥରେ ୯୦ ହଜାର ଓ ଆଉ ଥରେ ୭୦ ହଜାର ଏମିତି ୧ ଲକ୍ଷ ୬୦ ହଜାର ଟଙ୍କା ଋଣ କରିବା ପରେ ଆକାଉଣ୍ଟରୁ ଚେକ ଓ NEFT ଜରିଆରେ ସବୁ ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ ।

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ତେଲକୋଇ ଶାଖା ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ସିରିଗିଡା ଲ୍ୟାମ୍ପସ ଅଧିନ ପଡାଙ୍ଗ ଗାଁର ଚାମୁର ମୁଣ୍ଡା । କେବଳ ଚାମୁର ନୁହଁନ୍ତି ସିରିଗିଡା ଲ୍ୟାମ୍ପ ଅଧିନ ସିନ୍ଦୁରିଆ ଗାଁର ମଧୁସୂଦନ ନାୟକ ନାମକ ଗ୍ରାହକଙ୍କ ଆକାଉଣ୍ଟରେ ବି ସମାନ ଋଣ ଜାଲିଆତି ଅଭିଯୋଗ ଆସିଛି।

ଚଳିତ ବର୍ଷ ଜାନୁଆରୀରେ ଚାମୁର ମୁଣ୍ଡା ଓ ଗତବର୍ଷ ମାର୍ଚ୍ଚରେ ମଧୁସୂଦନ ନାୟକ ନାମକ ଗ୍ରାହକଙ୍କ ଆକାଉଣ୍ଟରେ ହୋଇଛି ଋଣ ଠକେଇ । ବେଙ୍ଗଳୁରୁରେ କାମ କରୁଥିବା ମଧୁସୂଦନ ନାୟକ ଋଣ ପାଇଁ ଆବେଦନ କରିଥିଲେ ବି ତାଙ୍କର ଋଣ ହୋଇପାରିବନାହିଁ ବୋଲି ସିରିଗିଡା ଲ୍ୟାମ୍ପସ ପକ୍ଷରୁ କୁହାଯାଇଥିଲା ।

ଏହାପରେ ସେ ବେଙ୍ଗାଳୁରୁ କାମ ପାଇଁ ଯାଇଥିଲେ । ଫେରିବା ପରେ ବ୍ୟାଙ୍କ ଖାତା ଅପଡେଟ ବେଳେ ଜାଣିଲେ ତାଙ୍କ ନାଁରେ ୧ ଲକ୍ଷ ୪୫ ହଜାର ଟଙ୍କା ଲୋନ ଉଠିଛି । ଚେକ୍ ଓ NEFT ମାଧ୍ୟମରେ ଲୋନ ଟଙ୍କା ଉଠାଇ ନିଆଯାଇଛି । ଏହି ଋଣ ଘୋଟଲାରେ ସିରିଗିଡା ଲ୍ୟାମ୍ପସ ଓ ତେଲକୋଇ ସମବାୟ ବ୍ୟାଙ୍କର କିଛି କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଘଟଣାର ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ।

ବ୍ୟାଙ୍କରେ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଠକେଇର ଶିକାର ଦୁଇ ଗ୍ରାହକ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now