/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729596840.jpg)
Laxmi Puja Bhasani
ବାତ୍ୟା ଦାନାକୁ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଖୋଲିବ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ । ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ ।
ବାତ୍ୟା ଦାନାର ସିଧାସଳଖ ପ୍ରଭାବ ଉପକୁଳ ଜିଲ୍ଲା ଗୁଡ଼ିକରେ ପଡିବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିରୋ କାଜୁଆଲିଟି ଓ ଲୋକଙ୍କ ସୁରକ୍ଷାକୁ ଧ୍ୟାନ ଦିଆ ଯାଉଛି । ଜିଲ୍ଲାର ମୋଟ ଆଠଟି ବାତ୍ୟା ଆଶ୍ରୟସ୍ଥଳୀ ସହ ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ କିଭଳି କଳାବଜାରୀ ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇଛି । ଜିଲ୍ଲାର ୪୩୭ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ସିଏଚସି ପିଏଚସିରେ ଭର୍ତ୍ତି କରାଇବା ପାଇଁ ଯୋଜନା କରାଯାଇଛି ।
ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅପରାହ୍ନରେ ବ୍ୟବସାୟୀଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ । ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ମହଜୁଦକାରୀଙ୍କୁ ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)