• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର । ୨୩ ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ । ୨୪ ଓ ୨୫ ତାରିଖରେ ଭକ୍ତଙ୍କୁ ପୁରୀ ଯିବା ମନା । ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସେହିଭଳି ପୁରୀରେ ଥିବା ହବିଷ୍ୟାଳିଙ୍କ ପାଈଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଆସିବ ଚପର । ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି ।

୨୩ ତାରିଖରେ ପଂହଁଚିବ ଚପର । ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯାଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲପାଳଙ୍କୁ ଗାଇଡ଼ କରିବେ । ଓଡ୍ରାଫ ଟିମ ପୋଜିସନ ପାଇଁ ବାତ୍ୟା ପଂହଁଚିବା ପୂର୍ବରୁ ପଂହଁଚିବେ । NDRF ଟିମ ଆସନ୍ତାକାଲିଠାରୁ ଜିଲ୍ଲାକୁ ଯିବେ ।

ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ ଖୋଲିବ କଣ୍ଟ୍ରୋଲ ରୁମ । ଯେତେଦିନ ପ୍ରଭାବ ରହିବ, ସେତେଦିନ ଯାଏଁ ଜିଲ୍ଲାପାଳମାନଙ୍କୁ ଛୁଟି ଘୋଷଣା ପାଇଁ ଅଧିକୃତ କରାଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ସେପଟେ ଗଭୀର ସମୁଦ୍ରରୁ କୂଳକୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ । ଏହି ଉଦ୍ଦେଶ୍ୟରେ ଆଜି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ର ମଝିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଉଛି ।

ବାତ୍ୟା ଆସିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ନିବେଦନ କରୁଛନ୍ତି କୋଷ୍ଟଗାର୍ଡ ଯବାନ । ଆଜି ଜଗତସିଂହପୁର ଜିଲ୍ଲାରେ ପାରାଦୀପ ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ଏଭଳି ସତର୍କତା ଜାରି କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now