Advertisment

କ୍ୟାବିନେଟ ସଚିବଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା; ଆଲର୍ଟ ରହିବାକୁ ନିର୍ଦ୍ଦେଶ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ଟି.ଭି. ସୋମନାଥଙ୍କ ଅଧ୍ୟକ୍ଷତାରେ ଜାତୀୟ ଆପାତ ପରିଚାଳନା କମିଟି- NCMCର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Cabinet Secretary reviews cyclone preparedness

Cabinet Secretary

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ଟି.ଭି. ସୋମନାଥଙ୍କ ଅଧ୍ୟକ୍ଷତାରେ ଜାତୀୟ ଆପାତ ପରିଚାଳନା କମିଟି- NCMCର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପାଣିପାଗ ବିଭାଗ-IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି।

Advertisment

ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ବୈଠକରେ ସାମିଲ ହୋଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସଂପର୍କରେ କମିଟିକୁ ଅବଗତ କରିଛନ୍ତି। ମତ୍ସ୍ୟଜୀବୀଙ୍କୁ ସତର୍କ କରିବା ସହିତ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯାଇଛି ବୋଲି ସେମାନେ ଜଣାଇଛନ୍ତି ।NDRF ପକ୍ଷରୁ ପଶ୍ଚିମବଙ୍ଗରେ ୧୪ଟି ଏବଂ ଓଡ଼ିଶାରେ ୧୧ଟି ଟିମ୍ ମୁତୟନ ଅଛନ୍ତି ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼; ଧନଜୀବନ ବଞ୍ଚାଇବାକୁ କସରତ ଆରମ୍ଭ

Advertisment

ଏଥିସହ ସ୍ଥଳସେନା, ନୌସେନା ଓ ତଟରକ୍ଷୀ ବାହିନୀ ଏବଂ ଜାହାଜ ଓ ବିମାନ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ପାରାଦୀପ ଓହଳଦିଆ ବନ୍ଦରକୁ ନିୟମିତ ଆଲର୍ଟ ଓ ଆଡଭାଇଜରି ଜାରି କରାଯଇଛି। ପ୍ରଭାବିତ ବିଦ୍ୟୁତ ଓ ଟେଲି ଯୋଗାଯୋଗ ପୁନର୍ବାହାଲ ପାଇଁ ଏମର୍ଜେନ୍ସି ଟିମ୍ ମୁତୟନ ଅଛନ୍ତି। କ୍ଷତିଗ୍ରସ୍ତ ଅତ୍ୟାବଶ୍ୟକ ସେବାକୁ ଯଥାଶୀଘ୍ର ସ୍ବାଭାବିକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ସଚିବ ।

ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ବନ୍ୟା ସ୍ଥିତି ନଉପୁଜେ, ସେଥିଲାଗି ଡ୍ୟାମରୁ ଜଳ ନିଷ୍କାସନକୁ ଆବଶ୍ୟକତା ଅନୁସାରେ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ବାରୋପ କରାଯିବ । ଏହି ସମୀକ୍ଷା ବୈଠକରେ ଗୃହ ସଚିବଙ୍କ ସହ ପେଟ୍ରୋଲିୟମ, ମତ୍ସ୍ୟ, ଶକ୍ତି, ବନ୍ଦର ବିଭାଗର ସଚିବ, ଆନ୍ଧ୍ରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ, NDRF ଡିଜି, NDMA ସଦସ୍ୟ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

Cyclone Dana
Advertisment
Advertisment