• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା । ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦୀପ ମଧ୍ୟରେ ଏହା ଅତିକ୍ରମ କଲା ବେଳକୁ ପବନର ବେଗ ୧୨୦ କିଲୋମିଟର ପାଖାପାଖି ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି । ଏଣେ ୨୪ ଓ ୨୫ ଦୁଇ ଦିନ ଧରି ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ନେଇ ଚେତାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ନିଶ୍ଚିତ .. ୨୪ ରାତି, ନହେଲେ ୨୫ ପାହାନ୍ତି । ଏଇ ସମୟରେ ଓଡ଼ିଶା ବାଟେ ଅତିକ୍ରମ କରିବ ସିଭିୟର ସାଇକ୍ଲୋନ୍- ଦାନା ପୁରୀରୁ ସାଗର ଦୀପ ମଧ୍ୟରେ ପାସ୍ କରିବ ଏ ଭୀଷଣ ବାତ୍ୟା । ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ IMD ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- ବାତ୍ୟା ଉତ୍ତର ଓଡ଼ିଶାକୁ କୋପ ଦେଖାଇବା ସମ୍ଭାବନା ଅଧିକ ।

ପୂର୍ବ- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏବେ ସୁଦୃଶ୍ୟ ଲଘୁଚାପ ସ୍ଥିତିରେ ରହିଥିବା ବେଳେ ଆସନ୍ତାକାଲି ସକାଳେ ଅବପାତ ଓ ୨୩ରେ ଏହା ବାତ୍ୟାର ରୂପ ନେବ । ୨୪ ରାତିରୁ ୨୫ ଭୋର୍ ମଧ୍ୟରେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବା ଅନୁମାନ କରାଯାଉଛି ।

ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ଉଚ୍ଚ ଜୁଆର ବି ଆସିପାରେ । ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବା ନେଇ ବି ଅନୁମାନ କରିଛନ୍ତି IMD ଡିଜି । ବାତ୍ୟା ଚିତ୍ର ଏକ ପ୍ରକାର ସ୍ପଷ୍ଟ ହେବା ପରେ ବଢୁଛି ପବନ ସାଙ୍ଗକୁ ବର୍ଷା ଛନକା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବି ୨୪ ତାରିଖରେ ୭ ଜିଲ୍ଲାକୁ ପ୍ରବଳ ବର୍ଷାର ଚେତାବନୀ ଦେଇ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ୨୪ରୁ ୨୬ ତାରିଖ ଯାଏଁ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ । ୨୪ରେ ଯେଉଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି-ସେଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ । ସେମିତି ୨୫ରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ଗଭୀର ସମୁଦ୍ର ଭିତରେ ଲଘୁଚାପ କ୍ଷେତ୍ର ଯେତିକି ଶକ୍ତିଶାଳୀ ହେଉଛି, ଓଡ଼ିଶା ଲୋକଙ୍କ ମନରେ ଅକଟୋବର ବାତ୍ୟା ଛନକା ସେତିକି ବଢୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now