ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।
କାଲି ମାର୍କେଟ୍ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି ।
ଗତକାଲି ଶୂନ୍ୟକାଳରେ ଆଳୁ ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଗୌତମ ବୁଦ୍ଧ ଦାସ, ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ ରଖିଥିବା ବେଳେ ଉତ୍ତର ରଖିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।
ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର ।
ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା ।
ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ।
ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା।
ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା ।
ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତର ପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ।
ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....