Advertisment

ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Vigilance Raid On Chief Engineer

VigilanceRaid

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ପୈତୃକ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ରେଡ୍ ଚାଲିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର; ୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର ସହିଦ ନଗର ୟୁନିଟ୍ ୯ରେ ଥିବା ଜଗନ୍ନାଥ ମାନସନ୍‌ର ତୃତୀୟ ମହଲାରେ ଥିବା ରେସିଡିସନ୍ସିଆଲ୍ ଫ୍ଲାଟରେ ଚଢାଉ କରାଯାଇଛି। ଏଥିସହ ଯାଜପୁର ବ୍ୟାସନଗର ସ୍ଥିତ ମା’ ତାରିଣୀ ଆପାର୍ଟମେଣ୍ଟ, ଦୋକାନ, କୋରେଇରେ ଥିବି ତିନି ମହଲା କୋଠା, ଷ୍ଟୋର ହାଉସ ସମେତ ପୁରୀ ସଦରରେ ଥିବା ଧର୍ମ ହେଭେନ ଆପାର୍ଟମେଣ୍ଟରେ ରେଡ୍ ହୋଇଛି। କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଅଫିସ୍, କଟକ ରାମକାପୁର ପୈତୃକ ବାସଭବନ, ବନାହାରାରେ ଥିବା ସଂପର୍କୀୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ୩୬ଟି ପ୍ଲଟ, ୩ଟି ଫ୍ଲାଟ, ଯାଜପୁର କୋରେଇରେ ୩ ମହଲା କୋଠା ଏବଂ ଏକ ଗାଡ଼ି ଜବତ କରାଯାଇଛି।

Advertisment
Vigilance Raid
Advertisment
Advertisment