Advertisment

ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ରାତି ସୁଦ୍ଧା ଲୋକଙ୍କୁ କରାଯିବ ସ୍ଥାନାନ୍ତର

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Cyclone Dana | People to be Relocated to Safer Places By 23rd Night: Odisha Minister Suresh Pujari

Cyclone Dana

ବାତ୍ୟା ମୁକାବିଲା ପାଇଁ ତୟାର ରାଜ୍ୟ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ସବୁ ରିଲିଫ୍ ସେଣ୍ଟରରେ ମହିଳା ପୋଲିସ ରହିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି । ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି । ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପରାମର୍ଶ ଦିଆଯାଇଛି । ୨୩ ରାତି ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅକ୍ଟୋବରରେ ବାତ୍ୟା ନେଇ ପଞ୍ଜିକାରେ ଗଣନା; ଭାଇରାଲ୍ ହେଉଛି ଅସଲି ଖଡ଼ିରତ୍ନ ପଞ୍ଜିକାର ପୃଷ୍ଠା 

Advertisment

ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ଓଡ୍ରାଫ, NDRF ମୁତୟନ କରାଯାଇଛି । ରେଡ୍ ଆଲର୍ଟ ଜିଲ୍ଲାରେ ଅଧିକ NDRF ଓ ଓଡ୍ରାଫ୍ ଟିମ୍ ରହିବେ । ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବ୍ୟବହାର କରାଯିବ । ଆଉ ଅଧିକ NDRF ଟିମ୍ ଆସି ପହଞ୍ଚିବା ପାଇଁ ଆଲୋଚନା କରାଯାଇଛୀ । ଲୋକଙ୍କ ପାଖରେ ବିଭାଗୀୟ ଅଧିକାରୀ ପହଞ୍ଚିଲେଣି । ଜଳ ସମ୍ପଦ ବିଭାଗ ସବୁ ଡ୍ୟାମ୍ ଉପରେ ନଜର ରଖିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ଏପଟେ ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।

ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ।

Cyclone Dana
Advertisment
Advertisment